Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରୁ ଲଢ଼ିବେ ଅଂଶୁମାନ; ବିଜେଡିରୁ ଟିକେଟ ପାଇବା ପରେ କଲେ ଜଗା ଦର୍ଶନ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ପ୍ରକାଶ ପାଇଛି ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସମ୍ବଲପୁର ଲୋକସଭା ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା ହୋଇଥିବାବେଳେ କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି ଅଂଶୁମାନ ମହାନ୍ତି। ବିଜେଡିରୁ ଟିକେଟ ପାଇବା ପରେ ଲୋକସଭା ଆସନ ପାଇଁ ବିଜେଡି ଦଳରୁ ଟିକେଟ ପାଇଥିବା ଅଂଶୁମାନ ମହାନ୍ତି ଶୁକ୍ରବାର ପୁରୀ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି।

ଆଗାମୀ ନିର୍ବାଚନରେ ଜିତିବା ନେଇ ଶକ୍ତି ଓ ସାମର୍ଥ୍ୟ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ ପ୍ରଦାନ କରିଥିବା ବେଳେ କେନ୍ଦ୍ରାପଡା ବାସୀଙ୍କର ସେ ସେବା କରିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ସହ ଜନକଲ୍ୟାଣ କାର୍ଯ୍ୟକୁ ଆଧାର କରି ସେ ବିଜୟ ହେବା ନେଇ ଆଶାବାଦୀ ବୋଲି ପ୍ରତିକ୍ରିୟା ରଖିଛନ୍ତି।

Leave A Reply

Your email address will not be published.