Odisha Link
Bridging the Missing Links in Odisha

ଯୁବକଙ୍କ ପାଇଁ ଆସିବ ସ୍ବତନ୍ତ୍ର ବଜେଟ: ବ୍ୟୋମକେଶ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ପ୍ରକାଶ ପାଇଛି ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାରି ମଧ୍ୟରେ ୨୦୨୪ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ବିଜେଡି ଯୁବ ସଭାପତି ବ୍ୟୋମକେଶ ରାୟ କହିଛନ୍ତି, ବିଜେଡି ସରକାରକୁ ଆସିଲେ ଯୁବକଙ୍କ ପାଇଁ ଆସିବ ସ୍ବତନ୍ତ୍ର ବଜେଟ। ନୂଆ ‘ଓ’ ମାଧ୍ୟମରେ ଯୁବକଙ୍କ ପ୍ରତିଭା ସାମ୍ନାକୁ ଆସିଛି। ସ୍ଵୟଂ ଯୋଜନାରେ ୧ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳୁଛି। ୯୮ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନୂଆ ଓ ଛାତ୍ରବୃତ୍ତି ଟଙ୍କା ପ୍ରଦାନ କରାଯାଉଛି।

Leave A Reply

Your email address will not be published.