Odisha Link
Bridging the Missing Links in Odisha

ରାଜ୍ୟରେ ଅସହ୍ୟ ତାତି; ୧୧ ସହରରେ ତାପମାତ୍ରା ୩୦ ଡିଗ୍ରୀ ପାର୍

ଏଲ୍‌ ବ୍ୟୁରୋ: ବଢୁଛି ତାତି। ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି।ଆଗାମୀ ଦିନେ ଦୁଇ ଦିନ ଭିତରେ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ଚାନ୍ଦବାଲିରେ ୩୬.୨ ଡିଗ୍ରୀ, ଭୁବନେଶ୍ୱରରେ ୩୬ ଡିଗ୍ରୀ , କେନ୍ଦୁଝରରେ ୩୬ ଡିଗ୍ରୀ , ଝାରସୁଗୁଡାରେ ୩୫.୪ ଡିଗ୍ରୀ , ସମ୍ବଲପୁରରେ ୩୫.୨ ଡିଗ୍ରୀ, ହୀରାକୁଦରେ ୩୪.୬ ଡିଗ୍ରୀ , ବାଲେଶ୍ୱରରେ ୩୪.୨ ଡିଗ୍ରୀ, ରାଉରକେଲାରେ ୩୩.୪ ଡିଗ୍ରୀ , ପୁରୀରେ ୩୨.୪ ଡିଗ୍ରୀ, ପାରାଦୀପରେ ୩୧.୪ ଡିଗ୍ରୀ, ଗୋପାଳପୁରରେ ୩୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.