Odisha Link
Bridging the Missing Links in Odisha

ଆର୍ଥିକ ବର୍ଷ ଆରମ୍ଭରୁ ଖୁସି ଖବର; ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ଦର

ଓଏଲ୍‌ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ। ଆଜିଠୁ ଦେଶରେ ଅନେକ ବଡ଼ ନିୟମ ବଦଳି ଯାଇଛି। ଆଉ ମାସ ଆରମ୍ଭରୁ ଜନସାଧାରଣଙ୍କ ପାଇଁ ଆସିଲା ଖୁସି ଖବର। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ଶସ୍ତା ହୋଇଛି। କେବଳ କମର୍ସିଆଲ୍‌ ସିଲିଣ୍ଡର ଦର ହ୍ରାସ ପାଇଛି। ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇଛି। ୩୦.ଟଙ୍କା ୫୦ ପଇସା କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ନୂଆ ଦର ଆଜିଠୁ ଲାଗୁ ହୋଇଥିବାବେଳେ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଛି।

Leave A Reply

Your email address will not be published.