Odisha Link
Bridging the Missing Links in Odisha

ରାଜ୍ୟରେ ଉପରମୁହାଁ ପାରଦ; ୧୧ ସହରରେ ତାପମାତ୍ରା ୩୦ ଡିଗ୍ରୀ ପାର୍

ଓଏଲ୍‌ ବ୍ୟୁରୋ: ବଢୁଛି ତାତି। ଉପରମୁହାଁ ପାରଦ। ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ଦିନେ ଦୁଇ ଦିନ ଭିତରେ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତାତି ବଢିବା ନେଇ ଆଶଙ୍କା ଥିବାବେଳେ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୨ ଡିଗ୍ରୀ ଛୁଇଁଲା। ସାଢ଼େ ୮ ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରରେ ୩୦.୮, ଚାନ୍ଦବାଲିରେ ୩୦.୪, ପୁରୀ ଓ ସମ୍ବଲପୁରରେ ୩୦ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଆଜି ସକାଳ ୧୧ ଟା ୩୦ ସୁଦ୍ଧା କେନ୍ଦୁଝରରେ ୩୭ ଡିଗ୍ରୀ, ଭୁବନେଶ୍ୱରରେ ୩୬.୪ ଡିଗ୍ରୀ, ବାଲେଶ୍ୱରରେ ୩୬.୪ ଡିଗ୍ରୀ, ଝାରସୁଗୁଡାରେ ୩୬.୪ଡିଗ୍ରୀ, ଚାନ୍ଦବାଲିରେ ୩୬.୨ଡିଗ୍ରୀ, ସମ୍ବଲପୁରରେ ୩୬ ଡିଗ୍ରୀ , ହୀରାକୁଦରେ ୩୫.୪ ଡିଗ୍ରୀ, ରାଉରକେଲାରେ ୩୫.୨ ଡିଗ୍ରୀ, ପୁରୀରେ ୩୨.୮ ଡିଗ୍ରୀ, ପାରାଦୀପରେ ୩୧.୨ ଡିଗ୍ରୀ, ଗୋପାଳପୁରରେ ୩୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣୀଗା କେନ୍ଦ୍ର ସୂଚନା ଦେଇଛି।

Leave A Reply

Your email address will not be published.