Odisha Link
Bridging the Missing Links in Odisha

ହାତ ଛାଡ଼ି ବିଜେପିରେ ମିଶିଲେ ବିଜେନ୍ଦର

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ବିଜେପିରେ ସାମିଲ ହେଲେ ବକ୍ସର ବିଜେନ୍ଦର ସିଂ। ଆଜି ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ବିଜେନ୍ଦର। ୨୦୧୯ରେ କଂଗ୍ରେସ ଟିକେଟରେ ଲଢ଼ି ସେ ପରାସ୍ତ ହୋଇଥିଲେ।

ବିଜେପିରେ ଯୋଗ ଦେବା ପରେ ବିଜେନ୍ଦର କହିଛନ୍ତି, ମୋର ଘରବାହୁଡା ହୋଇଛି। ବହୁତ ଭଲ ଲାଗୁଛି। ବିଜେପି ସରକାର ଯେବେଠାରୁ ଆସିଛି ଦେଶ ଓ ବିଦେଶରେ ଖେଳାଳୀଙ୍କର ମାନ ସମ୍ମାନ ବୃଦ୍ଧି ପାଇଛି। ମୁଁ ପୂର୍ବ ଭଳି ବିଜେନ୍ଦର ହିଁ ରହିବି। ଠିକ କଥାକୁ ଠିକ୍ କହିବି ଏବଂ ଭୁଲକୁ ଭୁଲ କହିବାରେ ଟିକିଏ ବି କୁଣ୍ଠାବୋଧ କରିବିନି ବୋଲି ସେ କହିଛନ୍ତି।

Leave A Reply

Your email address will not be published.