Odisha Link
Bridging the Missing Links in Odisha

ବିଜେଡିର ନିର୍ବାଚନୀ କସରତ: ଚନ୍ଦ୍ରଶେଖରଙ୍କୁ ମିଳିଲା ନୂଆ ଦାୟିତ୍ୱ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନ ପାଇଁ ଫୁଲ୍ ଦମ ଲଗାଇଛି ବିଜେଡି। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ନିଷ୍ପତି ନେଇଛନ୍ତି। ଏହି କ୍ରମରେ ବିଜେଡି ଇସ୍ତାହାର କମିଟିର ଅଧ୍ୟକ୍ଷ ହେଲେ ଚନ୍ଦ୍ରଶେଖର ସାହୁ। ଏହା ସହ ଚନ୍ଦ୍ରଶେଖର ସାହୁଙ୍କୁ ରାଜ୍ୟ ଉପସଭାପତି ଭାବେ ମିଳିଲା ନିଯୁକ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁମତି କ୍ରମରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ବ୍ରହ୍ମପୁର ସାଂସଦ ଭାବେ ଚନ୍ଦ୍ରଶେଖର ସାହୁ କାର୍ଯ୍ୟରତ ଅଛନ୍ତି।

Leave A Reply

Your email address will not be published.