Odisha Link
Bridging the Missing Links in Odisha

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ; ସରକାରୀ କର୍ମଚାରୀଙ୍କୁ ମିଳିଲା ଛୁଟି

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ନିର୍ବାଚନକୁ ନଜରରେ ରଖି ରାଜ୍ୟ ସରକାର ଏକ ନିଷ୍ପତି ନେଇଛନ୍ତି। ମତଦାନ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ଘୋଷଣା କରାଯାଇଛି।

ମତଦାନ ଦିନ ସରକାରୀ କର୍ମଚାରୀ ଓ କୋର୍ଟ ଛୁଟି ଘୋଷଣା କରାଯାଇଛି। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ହେବ। ମେ’ ୧୩ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ମତଦାନ ଥିବାବେଳେ କର୍ମଚାରୀଙ୍କୁ ମିଳିବ ଛୁଟି। ମେ ୨୦ରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା କର୍ମଚାରୀଙ୍କ ଛୁଟି। ମେ’ ୨୫ରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ବରରେ ଛୁଟି। ଜୁନ ୧ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼଼ା ଓ ଜଗତସିଂହପୁର ଛୁଟି ଘୋଷଣା କରାଯାଇଛି।

Leave A Reply

Your email address will not be published.