Odisha Link
Bridging the Missing Links in Odisha

ବିଜେଡିର ନିର୍ବାଚନୀ କସରତ: ୩ ଜଣଙ୍କୁ ମିଳିଲା ନୂଆ ଦାୟିତ୍ୱ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି। ଏହାରି ମଧ୍ୟରେ ବିଜୁ ଜନତା ଦଳ ନିଜର ନିର୍ବାଚନୀ କସରତ ଜାରି ରଖିଛି।

ଆଗାମୀ ନିର୍ବାଚନକୁ ନଜରରେ ରଖି ବିଜେଡିରେ ନୂଆ ନିଯୁକ୍ତି କରାଯାଇଛି। ପ୍ରକାଶ ତ୍ରିପାଠୀଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ଇତିଶ୍ରୀ ଜେନା ଭୁବନେଶ୍ୱର (ଏକାମ୍ର) ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ, ଇଲା ସ୍ୱାଇଁ ଭୁବନେଶ୍ୱର (ଉତ୍ତର) ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଥିବା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.