Odisha Link
Bridging the Missing Links in Odisha

ବିଜେପିକୁ ଟାର୍ଗେଟ କଲେ ସସ୍ମିତ; କହିଲେ-ସରକାରୀ କର୍ମଚାରୀଙ୍କୁ ମିଳୁଛି ବଦଳି ଧମକ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ସେହିଭଳି ବିଜେପି ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ଏହା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ବିଜୁ ଜନତା ଦଳର ସା.ସମ୍ପାଦକ ସସ୍ମିତ ପାତ୍ର ରାଜ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାର ବିଜେପିର ତ୍ରୁଟି ରହିଛି। ନିର୍ବାଚନ ଆସିଲେ କେବଳ ବିରୋଧ କରନ୍ତି। ପରାସ୍ତ ହେବାକୁ ଯାଉଥିବାବେଳେ ସରକାରୀ ଅଧିକାରୀଙ୍କୁ ବିରୋଧ କରନ୍ତି। ସରକାରୀ କର୍ମଚାରୀଙ୍କୁ ECI ଜରିଆରେ ବଦଳାଇବାକୁ ଧମକାଉଛନ୍ତି। ୨୦୨୪ ନିର୍ବାଚନରେ ସହଯୋଗ ନକଲେ ବଦଳି ନେଇ ଧମକାଉଥିବା ସା.ସମ୍ପାଦକ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.