Odisha Link
Bridging the Missing Links in Odisha

ଅଲୁ ଅର୍ଜ୍ଜୁନଙ୍କ ଜନ୍ମଦିନରେ ରିଲିଜ ହେଲା ପୁଷ୍ପା-୨ର ଟିଜର; ନୂଆ ଲୁକରେ ସାମ୍ନାକୁ ଆସିଲେ ସୁପରଷ୍ଟାର…

ଓଏଲ୍‌ ବ୍ୟୁରୋ: ଆଜି ସୁପରଷ୍ଟାର ଅଲୁ ଅର୍ଜ୍ଜୁନଙ୍କ ଜନ୍ମଦିନ। ଏହି ଅବସରରେ ବହୁ ପ୍ରତୀକ୍ଷିତ ପୁଷ୍ପା-୨ ଫିଲ୍ମର ଟିଜର ରିଲିଜ ହୋଇଛି। ରିଲିଜ ହେବାର ୧ ଘଣ୍ଟା ମଧ୍ୟରେ ଏହି ଟିଜରକୁ ୨୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଟିଜରରେ ଅଲ୍ଲୁ ଅର୍ଜୁନଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳୁଛି। ମୁହଁରେ ରଙ୍ଗ ମାରି ଶାଢୀ ପିନ୍ଧିବା ସହ ଫାଇଟ କରୁଥିବାର ଦେଖିବାକୁ ମିଳୁଛି। ହାତରେ ତ୍ରିଶୁଳ ଧରିଥିବା ବେଳେ ଅନେକ ଲୋକଙ୍କ ଗହଣରେ ପୁଷ୍ପାଙ୍କୁ ଦେଖିବାକୁ ମିଳୁଛି।

ପୂର୍ବରୁ ପୁଷ୍ପା-୨ ଫିଲ୍ମର ପ୍ରଥମ ଝଲକ ଦେଖିବାକୁ ପାଇଥିଲେ ଦର୍ଶକ। ସେତେବେଳେ ୩ ମିନିଟ୍ ୧୪ ସେକେଣ୍ଡର ଭିଡ଼ିଓକୁ ବେଶ ପସନ୍ଦ କରିଥିଲେ ସିନେପ୍ରେମୀ। ଏହି ଭିଡ଼ିଓରେ ପୁଷ୍ପାକୁ ପୋଲିସ ଖୋଜୁଥିବା ବେଳେ ଜଙ୍ଗଲରେ ପୁଷ୍ପା ବୁଲୁଥିବାର ଦେଖିବାକୁ ମିଳିଥିଲା। କରୋନା ପରେ ପରେ ରିଲିଜ ହୋଇଥିବା ପୁଷ୍ପା ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ଖାସକରି ଅଲ୍ଲୁ ଅର୍ଜୁନଙ୍କର ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା। ସଭିଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା ପୁଷ୍ପା ଝୁକେଗା ନେହିଁ ଡାଇଲଗ। ଏବେ ପାଖାପାଖି ଅଢେଇ ବର୍ଷ ପରେ ପୁଷ୍ପା-୨ ଫିଲ୍ମର ଟିଜର ରିଲିଜ ହୋଇଛି। ଆସନ୍ତା ଅଗଷ୍ଟ ୧୫ ତାରିଖରେ ପୁଷ୍ପା-୨ ଫିଲ୍ମ ରିଲିଜ ହେବ। ତେବେ ଚଳଚିତ୍ର ରିଲିଜ ହେବା ପରେ ଏହା ସିନେ ପ୍ରେମୀଙ୍କ ମନକୁ କେତେ ଦୂର ଛୁଇଁବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.