Odisha Link
Bridging the Missing Links in Odisha

ନିର୍ବାଚନ କମିଶନରଙ୍କ ବଢ଼ିଲା ସୁରକ୍ଷା; ଲାଗୁ ହେଲା ଜେଡ୍ ସିକ୍ୟୁରିଟି

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଧମକପୂର୍ଣ୍ଣ ଚିଠି ମିଳୁଥିବା ଖବର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ତାଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କକାରାଯାଇଛି। ରାଜୀବ କୁମାରଙ୍କୁ ଜେଡ୍ ସିକ୍ୟୁରିଟି ପ୍ରାଦନ କରାଯାଇଛି। ଆଇବିର ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବଢ଼ାଇଲା କେନ୍ଦ୍ର। ସିଆରପିଏଫ କମାଣ୍ଡୋଙ୍କ ସହ ୩୩ ସୁରକ୍ଷାକର୍ମୀ ସୁରକ୍ଷାରେ ରହିବେ।

ସୁରକ୍ଷାରେ ଜେଡ୍ ସିକ୍ୟୁରିଟି କ’ଣ?

ତଥ୍ୟ ଅନୁସାରେ, ଦେଶର ପ୍ରାୟ ୮୦୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଜେଡ୍, ୱାଇପ୍ଲସ୍, ୱାଇ ଓ ଏକ୍ସ ସୁରକ୍ଷା ପ୍ରଦାନ କରାଯାଉଛି। ଜେଡ୍ ସୁରକ୍ଷା ବ୍ୟବସ୍ଥାରେ ୨୨ ଜଣ ସଶସ୍ତ୍ରବାହିନୀ କର୍ମଚାରୀଙ୍କ ସମେତ ୪ରୁ ୬ ଜଣ କମାଣ୍ଡୋ ରହିଥା’ନ୍ତି। ଏହି ବ୍ୟବସ୍ଥାରେ ଭିଆଇପିଙ୍କୁ ୩ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ) ପ୍ରଦାନ କରାଯାଇଥାଏ। ଏଥିରେ ଗୁଳିନିରୋଧୀ ଗାଡ଼ି ସହ ସମୁଦାୟ ୫ଟି ଗାଡ଼ି ରହିଥାଏ। ଏହି ସୁରକ୍ଷା ବ୍ୟବସ୍ଥାରେ ମାସିକ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।

Leave A Reply

Your email address will not be published.