Odisha Link
Bridging the Missing Links in Odisha

ପୁଣିଥରେ ବିଜେଡିର ଅଭିଯୋଗ; ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି ବିଜେପି

ଓଏଲ୍‌ ବ୍ୟୁରୋ: ପୁଣିଥରେ ବିଜେଡି ଅଭିଯୋଗ ଆଣିଛି। ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି। ବିଜେପି ନେତାଙ୍କ ବିରୋଧରେ ଫେରାଦ ହୋଇଛି ବିଜେଡି। ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ଆଚରଣ ବିଧିଙ୍କୁ ଉଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି। ପୁଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ବିଜେଡି ଅଭିଯୋଗ ଆଣିଛି। ଛୋଟ ପିଲାଙ୍କୁ ପ୍ରଚାରରେ ବ୍ୟବହାର କରୁଛନ୍ତି ବିଜେପି ପ୍ରାର୍ଥୀ। ବୈଜୟନ୍ତ ପଣ୍ଡାଙ୍କ ରାଲିରେ ଛୋଟ ପିଲାଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, କିଛି ଦିନ ତଳେ ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ରାଲିରେ ପିଲାମାନଙ୍କୁ ବ୍ୟବହାର କରିଥିଲେ। ସେହିପରି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଘଣ୍ଟା ବଣ୍ଚନ କରୁଛନ୍ତି। ବ୍ରହ୍ମପୁର ବିଜ ପ୍ରଶାନ୍ତ ଜଗଦ୍ଦେବ ପୋଲିସ ଓ ଆଶା କର୍ମୀଙ୍କୁ ଧମକାଉଛନ୍ତି। ଏବେ ବିଜେପି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗରଦପୁର ବ୍ଲକ ଟିକାନପୁର ପଂଚାୟତରେ ଗତ ଏପ୍ରିଲ ୧୪ ତାରିଖରେ ପିଲାମାନଙ୍କୁ ନେଇ ରାଲି କରିଥିବା ବିଜୁ ଜନତା ଦଳ ଅଭିଯୋଗ ଆଣିଛି।

Leave A Reply

Your email address will not be published.