Odisha Link
Bridging the Missing Links in Odisha

ବଢ଼ିବ କି ମାଛ ଦର? ଆଜିଠୁ ୨ ମାସ ପର୍ଯ୍ୟନ୍ତ ମାଛଧରା ନିଷେଧ

ଓଏଲ୍‌ ବ୍ୟୁରୋ: ମାଛ ମାନଙ୍କ ସଂରକ୍ଷଣ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଓଡ଼ିଶା ଉପକୂଳରେ ଆଜିଠାରୁ ମାଛଧରା ନିଷେଧ। ନଦୀ ମୁହାଣ ଗୁଡିକରେ ବି ମାଛଧରାରେ ଅଙ୍କୁଶ ଲଗାଯାଇଛି। ଜୁନ ୧୪ ଯାଏ ଅର୍ଥାତ ୬୧ ଦିନ ପାଇଁ ଏହି କଟକଣା ଲାଗୁ ହୋଇଛି। ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି।

କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ବର, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି। ଓମ୍ଫ୍ରା ଆକ୍ଟ ବା ଓଡିଶା ମେରାଇନ ଫିସିଂ ରେଗୁଲେସନ ଆକ୍ଟର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.