Odisha Link
Bridging the Missing Links in Odisha

କଂଗ୍ରେସର ଲୋକସଭା ପ୍ରାର୍ଥୀ ତାଲିକା: କାହାକୁ ମିଳିଲା ସ୍ଥାନ ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ତିନି ପ୍ରମୁଖ ଦଳ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଆସିନାହିଁ। ଏହାରି ମଧ୍ୟରେ କଂଗ୍ରେସ ୨୧ ଲୋକସଭା ଆସନରୁ ୧୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି। ବରଗଡ଼ରୁ ଲଢ଼ିବେ ସଂଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗିରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମିର ଚାନ୍ଦ ନାୟକ, ବ୍ରହ୍ମପୁରରୁ ରଶ୍ମିରଂଜନ ପଟ୍ଟନାୟକ, କୋରାପୁଟରୁ ସପ୍ତଗିରି ଉଲାକା, ଭୁବନେଶରରୁ ୟାସିର୍‌ ନଓ୍ବାଜ, ବାଲେଶ୍ବରରୁ ଶ୍ରୀକାନ୍ତ କୁମାର ଜେନା, କେନ୍ଦୁଝରରୁ ମୋହନ ହେମ୍ବ୍ରମ, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, ଯାଜପୁରରୁ ପାଇଁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର କୁମାର ସେଠୀ, ପୁରୀରୁ ସୁଚରିତା ମହାନ୍ତି ନିର୍ବାଚନ ଲଢ଼ିବେ।

ଅନ୍ୟପଟେ, କଂଗ୍ରେସ ପ୍ରଥମ ପର୍ୟ୍ୟାୟରେ ଦଳ ୪୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ପରେ ୭୫ଟି ଆସନକୁ ମିଶାଇ ଦଳ ମୋଟ ୧୨୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ନଜର ପକାନ୍ତୁ, ଏବେ ଏବେ ଘୋଷଣା ହୋଇଥିବା ୭୫ଟି ଆସନରେ କାହାକୁ ପ୍ରାର୍ଥୀ କରିଛି ଦଳ।

ଅତାବିରାରୁ ଅଭିଷେକ ସେଠ୍, ତଳସରାରୁ ଦେବେନ୍ଦ୍ର ଭିତାରିଆ, କୁଚିଣ୍ଡାରୁ କେଦାରନାଥ ବରିହା, ରେଙ୍ଗାଲିରୁ ଦିଲ୍ଲୀପ କୁମାର ଦୁରିଆ, ସମ୍ବଲପୁରରୁ ଦୁର୍ଗାପ୍ରସାଦ ପାଢୀ, ରାଇରାଖୋଲରୁ ଆସଫ୍ ଅଲ୍ଲୀ ଖାନ୍, ଦେବଗଡରୁ ସେମ୍ ହେମ୍ବ୍ରମ୍, ତେଲକୋଇରୁ ନିର୍ମଳ ଚନ୍ଦ୍ର ନାୟକ, ଘଷିପୁରାରୁ ସୁବ୍ରତ ଚକ୍ର, ଆନନ୍ଦପୁରରୁ ଜୟଦେବ ଜେନା,ପାଟଣାରୁ ହୃଷିକେଶ ନାୟକ, କେନ୍ଦୁଝରରୁ ପ୍ରତିଭା ମଞ୍ଜରୀ ନାୟକ,ଚମ୍ପୁଆରୁ ଯଶୱନ୍ତ ଲଘୁରୀ, ଯଶୀପୁରରୁ ଶ୍ୱେତା ଛଟ୍ଟର, ସାରସକଣାରୁ ରାମ କୁମାର ସୋରେନ୍,ରାଇରଙ୍ଗପୁରରୁ ଯୋଗେନ୍ଦ୍ର ବନରା, ବାଙ୍ଗିରିପୋଷିରୁ ବଦଲା ହେମ୍ବ୍ରମ୍, କରଞ୍ଜିଆରୁ ଲକ୍ଷ୍ମୀଧର ସିଂହ, ଉଦଳାରୁ ଦୁର୍ଗା ଚରଣ ଟୁଡୁ,ବାରିପଦାରୁ ବାଦଲ ହେମ୍ବ୍ରମ୍,ମୋରଡାରୁ ପ୍ରଭାସ କର ମହାପାତ୍ର,ଭୋଗରାଇରୁ ସତ୍ୟଶିବ ଦାସ,ବସ୍ତାରୁ ବିଜୟ ନାୟକ,ରେମୁଣାରୁ ସୁଦର୍ଶନ ଜେନା,ସୋରରୁ ସୁବ୍ରତ ଧଡା,ସିମୁଳିଆରୁ ହିମାଂଶୁ ଶେଖର ବେହେରା, ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ,ଭଦ୍ରକରୁ ଅସିତ୍ ପଟ୍ଟନାୟକ, ବାସୁଦେବପୁରରୁ ଅଶୋକ କୁମାର ଦାସଙ୍କୁ ଦଳ ଟିକେଟ ଦେଇଛି।

ଧାମନଗରରୁ ରଞ୍ଜନ କୁମାର ବେହେରା, ଚାନ୍ଦବାଲିରୁ ଅମୀୟ କୁମାର ମହାପାତ୍ର, ବିଞ୍ଝାରପୁରରୁ କନକଲତା ମଲ୍ଲିକ, ବରୀରୁ ଆରତୀ ଦେଓ, ଧର୍ମଶାଳାରୁ କିଶାନ ପଣ୍ଡା, ଯାଜପୁରରୁ ସୁଦୀପ କୁମାର କର,କୋରେଇରୁ ବନ୍ଦିତା ପରିଡା, ଢେଙ୍କାନାଳରୁ ସୁସ୍ମିତା ସିଂ ଦେଓ, ହିନ୍ଦୋଳରୁ ଗୋବର୍ଦ୍ଧନ ଶେଖର ନାୟକ, କାମାକ୍ଷାନଗରରୁ ବିପ୍ରବର ସାହୁ, ପରଜଙ୍ଗରୁ ରଞ୍ଜିତ କୁମାର ସାହୁ, ତାଳଚେରରୁ ପ୍ରଫୁଲ ଚନ୍ଦ୍ର ଦାସ,ଅନୁଗୁଳରୁ ଅମ୍ବିକା ପ୍ରସାଦ ଭଟ୍ଟ, ଛେଣ୍ଡିପଦାରୁ ନରୋତ୍ତମ ନାୟକ, ଆଠମଲ୍ଲିକରୁ ବିଜୟାନନ୍ଦ ଚାଉଳିଆ, ବୀରମହାରାଜପୁରରୁ ପ୍ରଦୀପ ସେଠୀ, ସୋନପୁରରୁ ପ୍ରିୟବ୍ରତ ସାହୁ, ଟିଟିଲାଗଡରୁ ବୀରେନ୍ଦ୍ର ବାଗ, ଖରିଆରରୁ କମଳ ଚରଣ ତାଣ୍ଡି, ବାଲିଗୁଡାରୁ ଉପେନ୍ଦ୍ର ପ୍ରଧାନ, ବଡମ୍ବାରୁ ସଞ୍ଜୟ କୁମାର ସାହୁ, ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ଆଠଗଡରୁ ମେହବୁବ୍ ଅହମ୍ମଦ ଖାନ୍, ଚୌଦାର-କଟକରୁ ମୀରା ମଲ୍ଲିକ, ନିଆଳିରୁ ଜ୍ୟୋତିରଞ୍ଜନ ମଲ୍ଲିକ, କଟକ ସଦରରୁ ରାମଚନ୍ଦ୍ର ଗୋଚ୍ଛାୟତ, ସାଲେପୁରରୁ ଆକ୍ୟୁବ୍ ଉଜ୍ଜମାନ୍ ଖାନ୍, ପାଟକୁରାରୁ ରତିକାନ୍ତ କାନୁନଗୋ, ଆଳିରୁ ଦେବସ୍ମିତା ଶର୍ମା,ପାରାଦୀପରୁ ନିରଞ୍ଜନ ନାୟକ, ତିର୍ତ୍ତୋଲରୁ ହିମାଂଶୁ ଭୂଷଣ ମଲ୍ଲିକ, ବାଲିକୁଦା ଏରସମାରୁ ନଳିନୀ ସ୍ୱାଇଁ, ପୁରୀରୁ ସୁଜିତ୍ ମହାପାତ୍ର, ବ୍ରହ୍ମଗିରିରୁ ମିତ୍ରଭାନୁ ମହାପାତ୍ର, ଜୟଦେବରୁ ଜୟନ୍ତ କୁମାର ଭୋଇ, ଏକାମ୍ର – ଭୁବନେଶ୍ୱରରୁ ପ୍ରଶାନ୍ତ କୁମାର ଚମ୍ପତି, ଜଟଣୀରୁ ସନ୍ତୋଷ ଜେନା, ବେଗୁନିଆରୁ ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ରଣପୁରରୁ ବିଭୁପ୍ରସାଦ ମିଶ୍ର, ନୟାଗଡରୁ ରଞ୍ଜିତ ଦାଶ, କବିସୂର୍ଯ୍ୟନଗରରୁ ବିପିନ ବିହାରୀ ସ୍ୱାଇଁ, ଖଲ୍ଲିକୋଟରୁ ଚିତ୍ରସେନ ବେହେରା, ଆସ୍କାରୁ ସୁରଭି ବିଶୋୟୀ, ହିଞ୍ଜିଳିରୁ ରଞ୍ଜିକାନ୍ତ ପାଢୀ, ବ୍ରହ୍ମପୁରରୁ ଦୀପକ ପଟ୍ଟନାୟକ, ଦିଗପହଣ୍ଡିରୁ ଶ୍ରୀଧର ଦେବଙ୍କୁ ଦଳ ଟିକେଟ ଦେଇଛି।

ସୂଚନା ଅନୁସାରେ, ପୂର୍ବରୁ ଘୋଷଣା ହୋଇଥିବା ୪୭ ଜଣିଆ ତାଲିକାରେ ପଦ୍ମପୁରରୁ ଟଙ୍କଧର ସାହୁ, ବିଜେପୁରରୁ କିଶୋର ଦଫାଦାର, ବରଗଡ଼ରୁ ନିପନ ଦାସ, ଭଟଲୀରୁ ବ୍ରହ୍ମା ମହାକୁଡ଼, ବ୍ରଜରାଜନଗରରୁ କିଶୋର ପଟେଲ, ତଳସରାରୁ ପ୍ରବୋଧ ତିର୍କୀ, ସୁନ୍ଦରଗଡ଼ରୁ ସୁଧାରାଣୀ ରାଉଡ଼ିଆ, ରଘୁନାଥପାଲୀରୁ ଗୋପାଳ ଦାସ, ରାଉରକେଲାରୁ ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଙ୍ଗପୁରରୁ ରାଜନ ଏକ୍କା, ଲୋଇସିଂହାରୁ ଓମ୍‌ ପ୍ରକାଶ କୁମ୍ଭାର, ପାଟଣାଗଡ଼ରୁ ଅନୀଲ ମେହେର, ବଲାଙ୍ଗିରରୁ ସମରେନ୍ଦ୍ର ମିଶ୍ର, କଣ୍ଟାବାଂଜିରୁ ସନ୍ତୋଷ ସିଂ ସାଲୁଜା, ନୂଆପଡାରୁ ସାର୍ଟ ପଟ୍ଟନାୟକ, ଉମରକୋଟରୁ ସନରାଜ ଗଣ୍ଡ, ଝରିଗାଁରୁ ହାରାବତୀ ଗଣ୍ଡ, ନବରଙ୍ଗପୁରରୁ ଦିଲୀପ ପ୍ରଧାନୀ, ଡାବୁଗାଁରୁ ଲିପିକା ମାଝୀ, ଲାଞ୍ଜିଗଡ଼ରୁ ବଳଭଦ୍ର ମାଝୀ, ଜୁନାଗଡ଼ରୁ ତୁଳେଶ୍ବର ନାଏକ, ଧର୍ମଗଡ଼ରୁ ରଶ୍ମୀରେଖା ରାଉତ, ଭବାନୀପାଟଣାରୁ ସାଗର ଦାସ, ନର୍ଲାରୁ ଭକ୍ତ ଚରଣ ଦାସ, ବାଲିଗୁଡ଼ାରୁ ସୁରଦ ପ୍ରଧାନ, ଜି.ଉଦୟଗିରିରୁ ପ୍ରଫୁଲ୍ଲ ପ୍ରଧାନ, ଫୁଲବାଣୀରୁ ପ୍ରତିଭା କହଁର, କଣ୍ଟାମାଳରୁ ମନୋଜ ଆଚାର୍ଯ୍ୟ, ବୌଦ୍ଧରୁ ନବ ମିଶ୍ର, ଭଂଜନଗରରୁ ପ୍ରଶାନ୍ତ ବିଷୋୟୀ, ପୋଲସରାରୁ ଅଗସ୍ତୀ ବରଦା, କବିସୂର୍ଯ୍ୟନଗରରୁ ଚିରଂଜୀବ ବିଷୋୟୀ, ସୋରଡ଼ାରୁ ହରିକ୍ରିଷ୍ଣା ରଥଙ୍କୁ ଦଳ ଟିକେଟ ଦେଇଛି।

ସାନଖେମୁଣ୍ଡିରୁ ରମେଶ ଜେନା, ଚିକିଟିରୁ ରବୀନ୍ଦ୍ର ଦ୍ୟାନସାମନ୍ତରାୟ, ମୋହନାରୁ ଦାଶରଥୀ ଗମାଙ୍ଗ, ପାରଳାଖେମୁଣ୍ଡିରୁ ବିଜୟ ପଟ୍ଟନାୟକ, ଗୁଣପୁରରୁ ସତ୍ୟଜିତ ଗମାଙ୍ଗ, ବିଷମକଟକରୁ ନୀଳମାଧବ ହିକକା, ରାୟଗଡ଼ାରୁ ଆପଲସ୍ବାମୀ କାଡ୍ରାକା, ଲକ୍ଷ୍ମୀପୁରରୁ ପବିତ୍ର ସାଉଁନ୍ତା, କୋଟପାଡ଼ରୁ ଅନାମ ଦିଆନ, ଜୟପୁରରୁ ତାରା ବାହିନୀପତି, କୋରାପୁଟରୁ କୃଷ୍ଣଚନ୍ଦ୍ର କୁଳଦୀପ, ପଟାଙ୍ଗୀରୁ ରାମଚନ୍ଦ୍ର କାଡ଼ାମ, ମାଲକାନଗିରିରୁ ମାଲା ମାଢ଼ୀ, ଚିତ୍ରକୋଣ୍ଡାରୁ ମଙ୍ଗୁ ଖିଲ ନିର୍ବାଚନ ଲଢ଼ିବେ।

Leave A Reply

Your email address will not be published.