Odisha Link
Bridging the Missing Links in Odisha

ମର୍ମନ୍ତୁଦ ଦୁର୍ଘଟଣା; ୭ ଜୀବନ୍ତ ଦଗ୍ଧ

ଓଏଲ୍‌ ବ୍ୟୁରୋ: ରାଜସ୍ଥାନ ସିକରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରକକୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା କାର୍। କାରରେ ନିଆଁ ଲାଗିଯିବାରୁ ୭ଜଣ ଜିଅନ୍ତା ଜଳିଯାଇଛନ୍ତି। ମୃତକଙ୍କ ମଧ୍ୟରେ ୨ଶିଶୁ ଓ ୩ଜଣ ମହିଳା ଥିବା ଜଣାପଡିଛି।

ସୂଚନା ଅନୁସାରେ, ମୃତକ ଉତ୍ତର ପ୍ରଦେଶ ମିରଟ ଅଞ୍ଚଳର ହୋଇଥିବାବେଳେ ହରିୟାଣା ଯାଉଥିଲେ। ସେମାନେ ଚୁରୁର ସାଲାସର ବାଲାଜୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। କାରର ବେଗ ଅଧିକ ଥିଲା। ହଠାତ କାରଟି ଏକ ଟ୍ରକକୁ ଧକ୍କା ଦେଇଥିଲା। କାରଟି ଏଲପିଜିରେ ଚାଲୁଥିବାରୁ ସେଥିରେ ତୁରନ୍ତ ନିଆଁ ଲାଗିଯାଇଥିଲା। ଆଖିପୁଛୁଳାକେ ନିଆଁ ବ୍ୟାପି ଯାଇଥିଲା। କାରରେ ଫସିଥିବା ଲୋକ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

Leave A Reply

Your email address will not be published.