Odisha Link
Bridging the Missing Links in Odisha

ନବରଙ୍ଗପୁର: ୩ ମାଝୀଙ୍କ ମଧ୍ୟରେ ହେବ ଲଢ଼େଇ, ନାମାଙ୍କନ ଭରିଲେ ଭୁଜବଳ ମାଝୀ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ବିଜେଡି ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି କ୍ରମରେ ନବରଙ୍ଗପୁର ଲୋକସଭା ଆସନକୁ ଆସିଥିବା ପ୍ରାର୍ଥୀ ତାଲିକା ଲୋକଙ୍କ ଦ୍ୱନ୍ଦ୍ୱ ବଢ଼ାଇଥିବା ଚର୍ଚା ହେଉଛି। ନବରଙ୍ଗପୁର ଲୋକସଭା ଆସନ ଆଇଁ ବିଜେଡିରୁ ପ୍ରଦୀପ ମାଝୀ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ବଳଭଦ୍ର ମାଝୀ, କଂଗ୍ରେସ ଭୁଜବଳ ମାଝୀଙ୍କୁ ପ୍ରାର୍ଥୀ କରିଛି। ତେବେ ଆଜି ନାମାଙ୍କନ ଭରିଛନ୍ତି କଂଗ୍ରେସ ନେତା ଭୁଜବଳ ମାଝୀ। କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ଭୁଜବଳ ମାଝୀ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଭରିଲେ।

ଅନ୍ୟପଟେ, ପ୍ରଥମ ପର୍ଯ୍ୟାୟରେ ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସମେତ ଏହା ଅଧୀନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବ। ଏଥି ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ‌ଶେଷ ହୋଇଛି।

ଜାଣନ୍ତୁ କେଉଁଠି, କେବେ ମତଦାନ?

ବ୍ରହ୍ମପୁରର ୬ଟି ବିଧାନସଭା କ୍ଷେତ୍ରରେ ୭ରୁ ୬ଟା ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ୭ରୁ ୬ଟା ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି। ଚିକିଟି ଓ ପାରଳାଖେମୁଣ୍ଡିରେ ୭ରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ମୋହନାରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି।

କୋରାପୁଟର ୪ଟି ବିଧାନସଭା କ୍ଷେତ୍ରରେ ୭ରୁ ୫ଟା ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଗୁଣୁପୁର, ବିଷମକଟକ, ରାୟଗଡ଼ା, କୋରାପୁଟରେ ୫ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି। ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ସକାଳ ୭ରୁ ୪ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଜୟପୁରରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି।

ନୂଆପଡ଼ାର କିଛି ପୋଲିଂ ଷ୍ଟେସନରେ ୭ରୁ ୫ଟା ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ବାକିରେ ୭ରୁ ୪ ସମୟ ନିର୍ଦ୍ଧାରିତ କରାଯାଇଛି। ଖଡ଼ିଆଳରେ ୨୯ଟି ପୋଲିଂ ଷ୍ଟେସନ୍‌ରେ ୪ଟା, ବାକିରେ ୫ଟା ଯାଏ ସମୟ ନିର୍ଦ୍ଧାରିତ କରାଯାଇଛି। ଲାଞ୍ଜିଗଡ଼ରେ ସବୁଠି ସକାଳ ୭ରୁ ୪ଟା ପର୍ଯ୍ୟନ୍ତ ମତଦାନ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଜୁନାଗଡ଼, ଧର୍ମଗଡ଼, ଭବାନିପାଟଣାରେ ୭ରୁ ୫ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି।

ନର୍ଲାର ୭ଟି ପୋଲିଂ ଷ୍ଟେସନରେ ୭ରୁ ୪ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ବାକିରେ ୫ଟା ଯାଏ ସମୟ ନିର୍ଦ୍ଧାରିତ କରାଯାଇଛି। ନବରଙ୍ଗପୁରର ୧୦ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଅନ୍ୟ ସବୁ ପୋଲିଂ ଷ୍ଟେସନରେ ୬ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି। ଡାବୁଗାଁରେ ୪ ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଯାଏ ମତଦାନ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଅନ୍ୟ ସମସ୍ତ ପୋଲିଂ ଷ୍ଟେସନରେ ୬ଟା ଯାଏ ମତଦାନ ସମୟ ନିର୍ଦ୍ଧାରିତ କରାଯାଇଛି। କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ୭ଟାରୁ ୫ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି।

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଚାଲିିବ। ସେହିପରି ୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ୍‌ ଓ ୨୯ ତାରିଖରେ ପ୍ରତ୍ୟାହାର କରାଯିବ। ମେ’ ୧୩ରେ ମତଦାନ ହେବ। ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେଡି ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେପିର କେବଳ ଜୟପୁର ଆସନ ବାକି ରହିଛି। ସେହିପରି କଂଗ୍ରେସ ଗୋପାଳପୁର ଓ ଛତ୍ରପୁର ଆସନରେ ଏ ଯାଏ ପ୍ରାର୍ଥୀ ଘୋଷଣା କରିନି।

Leave A Reply

Your email address will not be published.