Odisha Link
Bridging the Missing Links in Odisha

ଝାରସୁଗୁଡ଼ାରେ ବୁଡ଼ିଲା ଡଙ୍ଗା: ୧ ମୃତ; ମିଳୁନି ଅନେକ ଲୋକଙ୍କ ପତ୍ତା

ଓଏଲ୍‌ ବ୍ୟୁରୋ: ମହାନଦୀରେ ବୁଡ଼ିଲା ଡଙ୍ଗା। ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ଡଙ୍ଗା ବୁଡିଯାଇଥିବା ଖବର ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବାବେଳେ ୭ ଜଣ ନିଖୋଜ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଡଙ୍ଗାରେ ପ୍ରାୟ ୫୦ ଜଣ ଥିଲେ, ବରଗଡ଼ ବାଞ୍ଜିପାଲିରୁ ଯାଇଥିଲେ। ଡଙ୍ଗାରେ ଥିବା ୪୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ। ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ମଧ୍ୟ ଥିବା ସୂଚନା ରହିଛି।