Odisha Link
Bridging the Missing Links in Odisha

ମହାନଦୀରେ ଡଙ୍ଗା ବୁଡ଼ି ଘଟଣା: ବଢ଼ିଲା ମୃତ୍ୟୁ ସଂଖ୍ୟା, ମିଳିଲା ଆଉ ୬ ମୃତଦେହ

ଓଏଲ୍‌ ବ୍ୟୁରୋ: ମହାନଦୀରେ ଡଙ୍ଗା ବୁଡ଼ିବା ଘଟଣା ସାମ୍ନାକୁ ଆସିଥିଲା। ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ଡଙ୍ଗା ବୁଡିଯାଇଥିଥିଲା। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବାବେଳେ ଆଜି ଆଉ ୬ ଜନନଙ୍କ ମୃତଦେହ ଉଦ୍ଧାର ହୋଇଛି। ଡଙ୍ଗାରେ ପ୍ରାୟ ୫୦ ଜଣ ଥିଲେ, ବରଗଡ଼ ବାଞ୍ଜିପାଲିରୁ ଯାଇଥିଲେ। ଡଙ୍ଗାରେ ଥିବା ୪୩ରୁ ଅଧିକ ଲୋକଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ। ପରେ ନିଖୋଜ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ଦଳ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଶେଷରେ ଆଜି ମୃତଦେହ ଉଦ୍ଧାର ହେବା ପରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଉଦ୍ଧାରଙ୍କ ମଧ୍ୟରେ ୩ ମହିଳା ଓ ୩ ବାଳକ ଥିବା ସୂଚନା ରହିଛି।

Leave A Reply

Your email address will not be published.