Odisha Link
Bridging the Missing Links in Odisha

ନିିର୍ବାଚନ ୨୦୨୪: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିିକା ଘୋଷଣା କଲା ବିଜେଡି

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ବୈତରଣୀ ପାର କରିିବା ପାଇଁ ବିଜୁ ଜନତା ଦଳ କରୁଛି ଜୋରଦାର ପ୍ରସ୍ତୁତି। ବିିଜୁ ଜନତା ଦଳ ଏପର୍ଯ୍ୟନ୍ତ ୨୧ ଲୋକସଭା ଓ ୧୩୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମେ’ ୧୩ରୁ ଓଡ଼ିଶାରେ ନିର୍ବାଚନ ଆରମ୍ଭ ହୋଉଥିବା ବେଳେ ପ୍ରଚାର ପାଇଁ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ। ଓଡ଼ିଶାର ପ୍ରଥମ ଦଳ ଭାବେ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି ଦଳ। ସବୁଥର ପରି ଏଥର ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଥିବା ବେଳେ ପ୍ରଥମ ଥର ପାଇଁ ଷ୍ଟାର କ୍ୟାମ୍ପେନର ଭାବେ ନଜର ଆସିବେ କାର୍ତ୍ତିକ ପାଣ୍ଡିଆନ।

ସେହିପରି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ. ଅଶୋକ ଚନ୍ଦ୍ର ପଣ୍ଡା, ସ୍ନେହାଙ୍ଗିନ ଛୁରିଆ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ସଞ୍ଜୟ କୁମାର ଦାସବର୍ମା, ପଦ୍ମନାଭ ବେହେରା, ପ୍ରଦୀପ କୁମାର ଅମାତ, ଏନ୍‌ ଭାସ୍କର ରାଓ, ସୁବାସ ସିଂହ, ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ନିିରଞ୍ଜନ ବିିଶିି, ମମତା ମହାନ୍ତ, ମୁନ୍ନା ଖାନ, ସୁଲତା ଦେଓ, ରବିନ୍ଦ୍ର କୁମାର ଜେନା, ସରୋଜିନୀ ହେମ୍ବ୍ରମ, ସୁଶାନ୍ତ ସିଂହ, ପ୍ରତିରଞ୍ଜନ ଘଡ଼ାଇ, ପ୍ରଣବ କୁମାର ବଳବନ୍ତରାୟ, ଚିରଞ୍ଜିବୀ ବିିଶ୍ବାଳ, ରମେଶ ଚନ୍ଦ୍ର ମାଝୀ, ସୁଧୀର କୁମାର ସାମଲ, ବ୍ୟାମେକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ବିଜୟ ନାୟକ, ଶ୍ରୀମୟୀ ସ୍ବେତା ସ୍ନିଗ୍ଧା ମିଶ୍ର, ନିଜାମୁୁଦିନ, ଇଶ୍ବର ପାଣିଗ୍ରାହୀ, ଅମରେଶ ଜେନା ଓ ଏଲିିନା ଦାସଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିିଳିଛି।

ସେହିିପରି ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ରାଶେଶ୍ବରୀ ପାଣିଗ୍ରାହୀ, ରୋହିତୀ ପୁଜାରୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିନାହିଁ। ନିକଟରେ ଟିକେଟ୍‌ରୁ ବଞ୍ଚିତ ହୋଇଥିବା ବରିିଷ୍ଠ ନେତା ସମୀର ରଞ୍ଜନ ଦାଶ ମଧ୍ୟ ତାଲିକାରୁ ବାଦ ପଡ଼ିଛନ୍ତି।

Leave A Reply

Your email address will not be published.