Odisha Link
Bridging the Missing Links in Odisha

ମହାପ୍ରଭୁଙ୍କ ଦୟଣା ଚୋରି ନୀତି; ବାଙ୍ଗାଲୋରରୁ ଆସିଛି ଦୟଣା

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁୁଷ୍ଠିତ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି। ଏଥିପାଇଁ ବାଙ୍ଗାଲୋରରୁ ଆସି ପହଞ୍ଚି ସାରିଛି ମହାପ୍ରଭୁଙ୍କ ଦୟଣା। ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି। ପୂର୍ବରୁ ଦକ୍ଷିଣ ଭାରତରୁ ମହାପ୍ରଭୁଙ୍କ ପାଇଁ ଦୟଣା ଆସୁଥିବା ପରମ୍ପରା ରହିଛି।

ଜଗନ୍ନାଥ ସଂସ୍କୃତି ଅନୁସାରେ ପ୍ରଭୁ ଜଗନ୍ନାଥ ଆଜି ଜଗନ୍ନାଥ ବଲ୍ଲଭରେ ଦୟଣା ଚୋରି କରିଥିଲେ। ଦୟଣା ଓ ପୁଷ୍ପପ୍ରିୟ କାଳିଆ ସାଆନ୍ତଙ୍କ ଲାଗି ଏହି ନୀତି ପାଳନ ହୁଏ। ଜଗନ୍ନାଥ ବଲ୍ଲଭରୁ ଦୟଣା ଓ ସୁଗନ୍ଧିତ ପୁଷ୍ପ ଆଣି ଶ୍ରୀଜୀଉଙ୍କ ମସ୍ତକରେ ଲାଗି ହେବ। ସେପଟେ ଶ୍ରୀକ୍ଷେତ୍ରରେ ଜମୁଛି ସାହିଯାତ।

Leave A Reply

Your email address will not be published.