Odisha Link
Bridging the Missing Links in Odisha

ସରକାରଙ୍କ ଅଭିନବ ପ୍ରୟାସ; ଖରା ଛୁଟିରେ ପିଲାଙ୍କ ପାଠ ପଢ଼ିବାର ମାଧ୍ୟମ ହେବ ଦୀକ୍ଷା ପୋର୍ଟାଲ

ଓଏଲ୍ ବ୍ୟୁରୋ: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବଢୁଥିବା ତାତିକୁ ନଜରରେ ରଖି ଆସନ୍ତାକାଲି ୨୫ ତାରିଖରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି। ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଛି ହୋଲି ଡେ ହୋମ ୱାର୍କ ଟାସ୍କ। ଶିକ୍ଷକମାନେ ଦୀକ୍ଷା ଆପରୁ ପିଲାଙ୍କୁ ପ୍ରଶ୍ନପତ୍ର ପ୍ରାକ୍ଟିସ କରାଇବେ। ଖରା ଛୁଟିରେ ଯେପରି ପିଲାଙ୍କ ପାଠପଢା ନଷ୍ଟ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି।

ସ୍କୁଲ କର୍ତୃପକ୍ଷଙ୍କୁ ପିଲାଙ୍କ ପାଇଁ ହୋମୱାର୍କ ସିଟ ଦିଆଯାଇଛି। ଯେଉଁଥିରେ ଏକ ଆସାଇନମେଣ୍ଟ ସିଟ କର୍ତ୍ତୃପକ୍ଷ ପିଲାମାନଙ୍କୁ ଦେବେ। ଏହି ଆସାଇନମେଣ୍ଟକୁ ପିଲାମାନେ କରୁଛନ୍ତି କି ନାହିଁ ଉକ୍ତ କ୍ଲାସ ଶିକ୍ଷକ ଏହାକୁ ତଦାରଖ କରିବେ। ପାଠ କରିବା ସମୟରେ ପିଲାମାନେ ନିୟମିତ କ୍ଲାସ ଟିଚରଙ୍କୁ ଯୋଗାଯୋଗ କରି ପାଠ ବୁଝିପାରିବେ। ପିଲାମାନଙ୍କ ଦ୍ୱନ୍ଦ୍ୱକୁ ଶିକ୍ଷକ ମାନେ ଦୂର କରିବେ ବୋଲି ଓସେପା ପକ୍ଷରୁ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି। ତେବେ ଯେଉଁ ପିଲାମାନଙ୍କ ପାଖରେ ମୋବାଇଲ ଫୋନ ନଥିବ, ପାଖ ପଡିଶା ଘରେ ପିଲା ପଢୁଥିଲେ ସେଠାରେ ଏକାଠି ପଢିବା ସହ ନିଜର ପାଠପଢା ବିଷୟରେ ଶିକ୍ଷକଙ୍କୁ ଅବଗତ କରାଇ ପାରିବେ।

ସେହିପରି ଗ୍ରୀଷ୍ମ ଛୁଟିରେ ଶିକ୍ଷକ, ଜୁନିଅର ଆସିଷ୍ଟାଣ୍ଟ ଏବଂ ପିଅନମାନେ ରୋଷ୍ଟର ଡ୍ୟୁଟି କରିବେ। ସ୍କୁଲରେ ରୋଷ୍ଟର୍‌ ଡ୍ୟୁଟି ପାଇଁ ଏକ ରେଜିଷ୍ଟର କରାଯିବ। ବର୍ତ୍ତମାନ ସ୍କୁଲରେ ନାମଲେଖା ଚାଲିଛି। ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଫିସ୍‌ ଖୋଲା ରହିବ। ସ୍କୁଲର ସମ୍ପତ୍ତି ଯେପରିକି ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ ଇତ୍ୟାଦି ଉପରେ ରୋଷ୍ଟର ଡ୍ୟୁଟିରେ ଥିବା କର୍ମଚାରୀମାନେ ନଜର ରଖିବେ। କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଲେ ରୋଷ୍ଟର୍‌ ଡ୍ୟୁଟିରେ ଥିବା କର୍ମଚାରୀ ସ୍କୁଲ ଯାଇ ତଦାରଖ କରିବେ। ସ୍କୁଲ ଖୋଲିବା ପୂର୍ବରୁ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ସ୍କୁଲର ପରିମଳ ଏବଂ ସୁରକ୍ଷା ଦିଗ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି।।

Leave A Reply

Your email address will not be published.