Odisha Link
Bridging the Missing Links in Odisha

ଆରସିବି ପରେ IPLରୁ ବାଦ ପଡ଼ିବ ଏହି ଦଳ, ମୁମ୍ବାଇ-ଦିଲ୍ଲୀ ଉପରେ ଝୁଲୁଛି ଖଣ୍ଡା

ଓଏଲ୍‌ ବ୍ୟୁରୋ: ରୋଚକ ମୋଡରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୭ ତମ ସଂସ୍କରଣ। ବର୍ତ୍ତମାନ ଚଳିତ ସିଜିନର ଓଲଟା ଗଣତି ଆରମ୍ଭ ହୋଇ ସାରିଛି। ଅର୍ଥାତ୍‌ ଆରମ୍ଭ ହୋଇ ସାରିଛି ଦ୍ବିତୀୟ ଚରଣ ମୁକାବିଲା। ସମସ୍ତ ଟିମ୍‌ ପ୍ଲେ ଅଫ୍‌ ଦୌଡ଼ରେ ରହିବା ପାଇଁ ଲଢ଼େଇ ଜାରି ରଖିଛନ୍ତି। ଏହି ଦୌଡ଼ରେ ସବୁଠୁ ଆଗରେ ରହିଛି ରାଜସ୍ଥାନ ରୟାଲସ୍‌। ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ଟିମ୍‌ ୧୪ ପଏଣ୍ଟ ସହିତ ଦୌଡ଼ରେ ସବୁଠୁ ଆଗରେ ରହିଛି। ମାତ୍ର ଆଉ ଗୋଟିଏ ବିଜୟ ପରେ ରାଜସ୍ଥାନ ପ୍ଲେ ଅଫ୍‌ରେ ପ୍ରବେଶ କରିପାରିବ।

ଅପରପକ୍ଷେ ଏଭଳି ୪ଟି ଦଳ ଅଛନ୍ତି ଯିଏ ପଏଣ୍ଟ ଟେବୁଲର ନିମ୍ନ ଭାଗରେ ରହିଛନ୍ତି। ଏହି ଦଳ ଉପରେ ପ୍ଲେ ଅଫ୍‌ ଦୌଡ଼ରୁ ବାଦ ପଡ଼ିପାରନ୍ତି। ବିରାଟ କୋହଲିଙ୍କ ରୟାଲସ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପଏଣ୍ଟ ଟେବୁଲର ସବା ଶେଷରେ ଅଛନ୍ତି। ତା ଉପରେ ପଞ୍ଜାବ କିଙ୍ଗସ୍‌ ରହିଛି। ଏହି ଦୁଇ ଦଳ ଯଦି ବାକି ଥିବା ସମସ୍ତ ମ୍ୟାଚ୍‌ ନ ଜିତନ୍ତି ତେବେ ପ୍ଲେ ଅଫ୍‌ ଦୌଡ଼ରେ ବାଦ ପଡ଼ିବା ନିଶ୍ଚିତ। ଏକ ରକମ ଆରସିବି ପ୍ଲେ ଅଫ୍‌ ଦୌଡ଼ରୁ ବାଦ ପଡ଼ି ସାରିଛି।

ଏହି ସିିଜିନରେ ବିରାଟଙ୍କ ଆରସିବି ୮ଟି ମ୍ୟାଚରୁ ୭ଟିରେ ପରାଜିତ ହୋଇଛି। ଆରସିବି ଏବେ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ଡୁପ୍ଲେସିସ୍‌ଙ୍କ ନେତୃତ୍ବାଧୀନ ଆରସିବି ବାକି ୬ଟି ମ୍ୟାଚରେ ବିଜୟ ଲାଭ କଲେ ୧୪ ପଏଣ୍ଟ ପାଇବ। ଯାହା ପ୍ଲେ ଅଫ୍‌ରେ ପହଁଞ୍ଚିବା କାଠିକରପାଠ। କାରଣ ପ୍ଲେ ଅଫ୍‌ ଦୌଡ଼ରେ ରହିବାକୁ ହେଲେ ସର୍ବନିମ୍ନ ୧୬ ପଏଣ୍ଟର ଆବଶ୍ୟକତା ରହିଛି। ଯାହା ଆରସିବି ପୂରଣ କରିପାରିବ ନାହିଁ।

ସେହିପରି ଶିଖର ଧାଓ୍ବନଙ୍କ ନେତୃତ୍ବାଧୀିନ ପଞ୍ଜାବ କିଙ୍ଗସ୍‌ ୮ଟି ମ୍ୟାଚ୍‌ ଖେଳି ମାତ୍ର ୨ଟିରେ ବିଜୟ ଲାଭ କରିଛି। ୪ ପଏଣ୍ଟ ସହିତ ପଏଣ୍ଟ ତାଲିକାର ୯ମ ସ୍ଥାନରେ ରହିଛି। ଯଦି ବାକିଥିବା ୬ଟି ମ୍ୟାଚ୍‌ ପଞ୍ଜାବ ଦଳ ବିଜୟୀ ହୁଏ ତେବେ ୧୬ ପଏଣ୍ଟ କ୍ଲବ୍‌ରେ ସାମିଲ ହୋଇଯିବ। ପ୍ଲେ ଅଫ୍‌ ସମୀରକରଣରେ ସ୍ଥାନ ପାଇପାରେ ପଞ୍ଜାବ। ଯଦି ଦଳ ଗୋଟିଏ ବି ମ୍ୟାଚ୍‌ ହାରେ ତେବେ ଆରସିବି ଭଳି ସ୍ଥିତି ପଞ୍ଜାବ କିଙ୍ଗସ୍‌ର ହେବ।

ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ଋଷଭ ପନ୍ତଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସର ସ୍ଥିତି ସମାନ। ଦୁଇଟି ଯାକ ଦଳ ଆଉ ୬ଟି ଲେଖାଏଁ ମୁକାବିଲା ଖେଳିବେ। ଯଦି ଦୁଇ ଦଳ ସମସ୍ତ ମ୍ୟାଚ୍‌ ଜିତନ୍ତି ତେବେ ୧୮ ପଏଣ୍ଟ ସହିତ ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିପାରିବେ। ଯଦି ମୁମ୍ବାଇ ଓ ଦିଲ୍ଲୀ ଆଗକୁ ଖେଳିବାକୁ ଥିବା ମ୍ୟାଚରେ ଗୋଟିଏ କିମ୍ବା ତାଠୁ ଅଧିକ ମ୍ୟାଚ୍‌ ହାରନ୍ତି ତେବେ ପ୍ଲେ ଅଫ୍‌ ଆଶା ମଉଳି ଯିବ।

Leave A Reply

Your email address will not be published.