Odisha Link
Bridging the Missing Links in Odisha

କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରେ ଆରବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ

ଓଏଲ୍‌ ବ୍ୟୁରୋ: କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏଣିକି ଅନଲାଇନ୍‌, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ ନୂତନ ଗ୍ରାହକଙ୍କୁ ଯୋଡ଼ି ପାରିବନି କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ। ଏଥିସହିତ ନୂଆ କ୍ରେଡିଟ କାର୍ଡ ପ୍ରଦାନ ଉପରେ ମଧ୍ୟ ଆରବିଆଇ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ।

ଆଇଟି ବପିଦ ପରିଚାଳନା, ଡାଟା ଲିକ୍‌ ଓ ସୁରକ୍ଷା କାର୍ଯ୍ୟରେ ତ୍ରୁଟି ହୋଇଥିବା ହେତୁ ଆରବିଆଇ ଏହି ବଡ଼ ପଦକ୍ଷେପ ନେଇଛି। ଆର୍‌ବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ନିଜର ଗ୍ରୋଥ ସହ ଏହାର ଆଇଟି ସିଷ୍ଟମରେ ଉନ୍ନତି ଆଣିବାରେ ବିଫଳ ହୋଇଛି। ଯାହାଫଳରେ ୨୦୨୨ ଏବଂ ୨୦୨୩ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କର ଆଇଟି ଅନୁସନ୍ଧାନରୁ ସାମ୍ନାକୁ ଆସିଥିବା ସମସ୍ୟାକୁ ଆଧାର କରି ଏହି ପଦକ୍ଷେପ ନିଆଯାଇଛି। ଏହି ସମସ୍ୟାକୁ ଠିକ୍‌ ସମୟରେ ସମାଧାନ କରିବାରେ ବ୍ୟାଙ୍କର କ୍ରମାଗତ ବିଫଳତା ସାମ୍ନାକୁ ଆସିଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।

ତେବେ ପୂର୍ବରୁ ବ୍ୟାଙ୍କ ସହିତ ଯୋଡି ହୋଇ ରହିଥିବା ଗ୍ରାହକମାନଙ୍କୁ ସେବା ଜାରି ରହିବ। ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ସମସ୍ତ ପ୍ରକାରର ସେବା ଗୁଡିକ ପୂର୍ବପରି ସହଜରେ ଯୋଗାଇବା ଜାରି ରଖିବ। ଏଥିରେ କ୍ରେଡିଟ୍ କାର୍ଡ ଗ୍ରାହକ ମଧ୍ୟ ସାମିଲ ଅଛନ୍ତି ବୋଲି ଆରବିଆଇ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.