Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍-୨ ରେଜଲ୍ଟ; ୫୬ ଜଣ ହାସଲ କଲେ ଶତପ୍ରତିଶତ ନମ୍ବର

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଜେଇଇ ମେନ ସେସନ୍-୨ ପରୀକ୍ଷା ଫଳ। ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆଜି ଦ୍ୱିତୀୟ ଅଧିବେଶନ ପାଇଁ ଜେଇଇ ମେନ୍ ପରୀକ୍ଷା ଫଳ ଘୋଷଣା କରାଯାଇଛି। ତେବେ ଚଳିତ ପରୀକ୍ଷାରେ ୫୬ ଜଣ ଶତପ୍ରତିଶତ ସ୍କୋର ହାସଲ କରିଥିବା ନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। http://jeemain.nta.ac.inରେ ରେଜଲ୍ଟ ଉପଲବ୍ଧ ରହିଛି। ୧୦ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ୫୬ ଜଣ ପରୀକ୍ଷାର୍ଥୀ ରଖିଛନ୍ତି ଶତପ୍ରତିଶତ ମାର୍କ।

ସୂଚନା ଅନୁସାରେ, ଗତ ଫେବୃଆରୀ ୨୩ରେ ଜେଇଇ ମେନ ସେସନ୍-୧ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପ୍ରଥମ ଅଧିବେଶନ ପାଇଁ ଜେଇଇ ମେନ୍ ପରୀକ୍ଷା ଫଳ ଘୋଷଣା କରାଯାଇଥିଲା। ତେବେ ସେସନ୍-୧ ପରୀକ୍ଷାରେ ୨୩ ଜଣ ଶତପ୍ରତିଶତ ସ୍କୋର ହାସଲ କରିଥିବା ନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଥିଲା। କରିଛନ୍ତି।

Leave A Reply

Your email address will not be published.