Odisha Link
Bridging the Missing Links in Odisha

ବିରୋଧୀଙ୍କୁ ପାଣ୍ଡିଆନ ଟାର୍ଗେଟ; କହିଲେ-ନିର୍ବାଚନବେଳେ ପର୍ଯ୍ୟଟକଙ୍କ ଭଳି ବୁଲି ଆସିବେ ନେତା

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ମଧ୍ୟରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ପୁଣି ଆସିବେ ବିରୋଧୀ, ମିଶ ପ୍ରତିଶ୍ରୁତି ଦେଇ ଯିବେ।

ବରପାଲି ଷ୍ଟେସନକୁ ଜଙ୍କସନ କରିବାକୁ ମିଠା କଥା କହିଥିଲେ। ବରପାଲିରୁ କୋଲକାତା, ବିଶାଖାପାଟଣାକୁ ଟ୍ରେନ ଯିବ କହିଥିଲେ। ଟ୍ରେନ ଦିଶୁଛି କି ବୋଲି ବିଜେପୁରବାସୀଙ୍କୁ ପ୍ରଶ୍ନ କଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ବିରୋଧୀ ମିଛ କଥା କହିବାରେ ସୀମା ରଖନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, କାମରେ କରିକି ଦେଖାନ୍ତି। ନିର୍ବାଚନବେଳେ ନେତା ପର୍ଯ୍ୟଟକଙ୍କ ପରି ବୁଲି ଆସିବେ। ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କଲେ। ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ।