Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ; ଗତବର୍ଷ ତୁଳନାରେ ବଢ଼ିଲା ପାସ୍ ହାର

ଓଏଲ୍‌ ବ୍ୟୁରୋ: ଦ୍ୱାଦଶ ପରେ ପ୍ରକାଶ ପାଇଲା କେନ୍ଦ୍ର ମାଧ୍ୟମିକ ଶିକ୍ଷା ତଥା ସିବିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା ଫଳ। ଛାତ୍ରଛାତ୍ରୀମାନେ CBSE https://cbseresults.nic.in କୁ ଯାଇ ସେମାନଙ୍କର ବୋର୍ଡ ଫଳାଫଳ ଯାଞ୍ଚ କରିପାରିବେ। CBSE ଦଶମ ଫଳାଫଳ ଯାଞ୍ଚ କରିବାକୁ ଛାତ୍ରମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର ବ୍ୟବହାର କରିବାକୁ ପଡିବ। ଚଳିତ ବର୍ଷ ସିବିଏସ୍‌ଇ ଦଶମ ପାସ୍‌ ହାର ୯୩.୬୦ ପ୍ରତିଶତ ରହିଛି। ଗତ ବର୍ଷ ତୁଳନାରେ ଏହା ୦.୪୮ ପ୍ରତିଶତ ଅଧିକ ରହିଛି। ଗତ ବର୍ଷ ୯୩.୧୨ ପ୍ରତିଶତ ପିଲା ଦଶମ ଶ୍ରେଣୀରେ ପାସ୍ କରିଥିଲେ।