Odisha Link
Bridging the Missing Links in Odisha

ବିଜେପି ଛାଡ଼ି ବିଜେଡିରେ ମିଶିଲେ ପଦ୍ମପୁର ବିଧାୟିକାଙ୍କ ଶ୍ୱଶୁର

ଓଏଲ୍‌ ବ୍ୟୁରୋ: ମେ’ ୨୦ ତାରିଖରେ ଓଡ଼ିଶାରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ସମସ୍ତ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଚଳିତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇ ସାରିଥିଲେ ମଧ୍ୟ ନେତାଙ୍କ ଦଳ ଡିଆଁ ପର୍ବ ଚାଲିଛି। ବିଜେପିର ବରିଷ୍ଠ ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇ ଦେଇଛନ୍ତି। ଏହା ପରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

ବିଜେପିକୁ ଇସ୍ତଫା ପତ୍ର ପଠାଇବା ପରେ ରମାରଞ୍ଜନ ବଳିୟାରସିଂହ କହିଥିଲେ, ଏହା ମୋର ବ୍ୟକ୍ତିଗତ ଅସନ୍ତୋଷ ନୁହେଁ। ଏହା ସତ୍ୟବାଦୀର ଜନ ସାଧାରଣଙ୍କ ଅସନ୍ତୋଷ। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ତ୍ୟାଗର ମାଟି ଭୋଗର ମାଟି ନୁହେଁ। ସତ୍ୟବାଦୀ ଜନ ସାଧାରଣଙ୍କ ଅପେକ୍ଷାକୁ ବିଜେପି ପ୍ରତାରଣା କରିଛି। ଆଗକୁ ଜନସେବା ଜାରି ରଖିବି ବୋଲି କହିଥିଲେ।

ସୂଚନାଥାଉକି, ରମା ବଳିଆରସିଂହ ବିଜେପି ମୁଖପାତ୍ର ମଧ୍ୟ ଥିଲେ। ୨୫ ତାରିଖରେ ସତ୍ୟବାଦୀରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ତାର କିଛି ଦିନ ପୂର୍ବରୁ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ତାଙ୍କ ବୋହୂ ତଥା ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ନିର୍ବାଚନରେ ଠିଆ ହୋଇଛନ୍ତି। ପଦ୍ମପୁର ଉପନିର୍ବାଚନରେ ବର୍ଷାଙ୍କୁ ବିଜେଡି ଟିକେଟ ମିଳିବା ପରେ ବିଜେପି ନେତା ତଥା ବର୍ଷାଙ୍କ ଶ୍ବଶୁର ରମା ବଳିଆରସିଂହ ଚର୍ଚ୍ଚାକୁ ଆସିଥିଲେ।

Leave A Reply

Your email address will not be published.