ନିର୍ବାଚନ ଆୟୋଗଙ୍କ କଡ଼ା ନିର୍ଦ୍ଦେଶ; ସମାଜ-ସଂସ୍କୃତିକୁ ନେଇ ନକରନ୍ତୁ ରାଜନୈତିକ ବୟାନବାଜି

ଓଏଲ୍ ବ୍ୟୁରୋ: ଦେଶରେ ୫ଟି ଓ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ଏସବୁ ଭିତରେ ଲୋକସଭା ନିର୍ବାଚନରେ ନେତାଙ୍କ ପ୍ରଚାର ଓ ବୟାନବାଜିକୁ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆୟୋଗଙ୍କ କହିବା ଅନୁସାରେ, କଥା, ଜାତି, ସମୁଦାୟ, ଭାଷା ଏବଂ ଧର୍ମକୁ ଆଧାର କରି ପ୍ରଚାର କରାନଯାଉ। ନିର୍ବାଚନ କାରଣରୁ ଭାରତର ସାମାଜିକ-ସାଂସ୍କୃତିକ ମାହୋଲ ଉପରେ କୌଣସି ପ୍ରଭାବ ନପଡୁ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ବିଜେପି ଏବଂ କଂଗ୍ରେସ ଭଳି ଦୁଇ ବଡ ପାର୍ଟିକୁ ଏନେଇ ନୋଟିସ୍ ଜାରି କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ।
କଂଗ୍ରେସର ପ୍ରଚାରକମାନେ ଅଗ୍ନିବୀର ସ୍କିମ ଉପରେ ରାଜନୈତିକ ବୟାନ ରଖିବାକୁ ମନା କରିଛନ୍ତି ନିର୍ବାଚନ ଆୟୋଗ। ଦେଶର ପ୍ରତିରକ୍ଷା ବଳକୁ ନେଇ ରାଜନୀତିକରଣ ନକରିବାକୁ ଆହ୍ୱାନ ଦେଇଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆୟୋଗ ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେଙ୍କୁ ନୋଟିସ୍ କରିଛନ୍ତି। ଏହି ନୋଟିସରେ ନିଜ ନିଜ ଷ୍ଟାର ପ୍ରଚାରକଙ୍କୁ ଠିକ୍ ଢଙ୍ଗରେ ଏବଂ ସାବଧାନତା ସହକାରେ ବୟାନ ରଖିବାକୁ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି।