Odisha Link
Bridging the Missing Links in Odisha

ଓଡ଼ିଶା ରାଜନୀତିକୁ ନେଇ ତାମିଲନାଡୁରେ ତାତି

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ତାତି। ହେଲେ ଓଡ଼ିଶା ରାଜନୀତିକୁ ନେଇ ପଲ୍ଲୀରୁ ଦିଲ୍ଲୀ ଚର୍ଚ୍ଚା। ଏବେ ତାମିଲନାଡୁରେ ଓଡ଼ିଶା ରାଜନୀତିର ଚର୍ଚ୍ଚା। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ ଓଡ଼ିଶା ରାଜନୀତି କଥା ଉଠାଇ ଜାତୀୟ ରାଜନୀତିକୁ ସରଗରମ କରି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ନିର୍ବାଚନ ପାଇଁ ନିକଟରେ ଆସିଥିଲେ। ସେ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ତାମିଲନାଡୁ ପଳାଇ ଯାଇନି ତ। ଯାହାକୁ ନେଇ ଷ୍ଟାଲିନ୍‌ ମୋଦିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଅନ୍ୟ ରାଜ୍ୟରେ ଭୋଟ୍ ହାତେଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲ ଲୋକଙ୍କୁ ବଦନାମ କରୁଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ତାମିଲ ଲୋକଙ୍କୁ ମିଛରେ ଦୋଷାରୋପ କରୁଛନ୍ତି ପ୍ରଧାନମନ୍ତ୍ରୀ।

ସେ ଆହୁରି କହିଛନ୍ତି, ଭୋଟ୍ ପାଇଁ ପ୍ରଧାନମନ୍ତ୍ରୀ ଦିନକୁ ଦିନ ଏଭଳି ଦରିଦ୍ର ଭଳି ବ୍ୟବହାର ଦେଖାଇବା ବନ୍ଦ କରିବା ଉଚିତ୍। ଷ୍ଟାଲିନ୍‌ଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି ତାମିଲନାଡୁ ବିଜେପି ସଭାପତି ଅନ୍ନାମଲାଇ। ସେ କହିଛନ୍ତି, ନିଜ ରାଜ୍ୟରେ ପ୍ରତ୍ୟେକ ଦିନ ଅନେକ ଘଟଣା ଘଟୁଥିବାବେଳେ ଏହାକୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଅନ୍ୟ ରାଜ୍ୟ ପ୍ରସଙ୍ଗରେ ମନ୍ତବ୍ୟ ରଖୁଛନ୍ତି। ଆଉ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରିବା ହାସ୍ୟାସ୍ପଦ ବୋଲି ଆନ୍ନାମଲାଇ କହିଛନ୍ତି।

Leave A Reply

Your email address will not be published.