Odisha Link
Bridging the Missing Links in Odisha

ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ତିନି ରଥରେ ଲାଗିଲା ଚକ-ଅଖ

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେଠୁ ଚଳଚଂଚଳ ପୁରୀ ସହର। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଗତ ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଶୁଭ ଅନୁକୂଳ ହୋଇଥିବା ବେଳେ ରଥ କାର୍ଯ୍ୟ ଜୋରସୋରରେ ଜାରି ରହିଛି। ଶ୍ରୀକ୍ଷେତ୍ରରେ ଶ୍ରୀନଅର ସମ୍ମୁଖରେ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଆଜି ପବିତ୍ର ଭଉଁରୀ ତିଥିରେ ଚକ ସହିତ ଅଖ ସଂଯୋଗ କରାଯାଇଛି।

ସେଥିପାଇଁ ପରମ୍ପରା ମୁତାବକ ରଥଖଳାକୁ ବିଜେ ହୋଇଥିଲା ଆଜ୍ଞାମାଳ। ତିନି ରଥରେ ଯୋଡ଼ା ହୋଇଛି ଚକ-ଅଖ। ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ସେବାୟତ ମାନେ ଡେରା ନୀତି ସମ୍ପନ୍ନ କରିଛନ୍ତି।