ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଆଜିଠୁ ରିଚେକିଂ ପାଇଁ ଆବେଦନ ଆରମ୍ଭ

ଓଏଲ୍ ବ୍ୟୁରୋ: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ରବିବାର ଦିନ ୧୦.୩୦ରେ ପ୍ରକାଶ ରେଜଲ୍ଟ ପାଇଥିବାବେଳେ ୧୧.୩୦ରେ ୱେବସାଇଟରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିଥିଲେ। ତେବେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଆଜିଠୁ ଜୁନ୍ ୧୨ ତାରିଖ ମଧ୍ୟରେ ଚେକିଂ ପାଇଁ ଆବେଦନ କରିପାରିବେ।
ଚଳିତବର୍ଷ ମୋଟ୍ ୫ ଲକ୍ଷ ୫୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍, ୭୮୩୧ ଜଣ ମୁକ୍ତ ବିଦ୍ୟାଳୟ ଏବଂ ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ଚଳିତ ଥର ମଧ୍ୟ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି।
ତେବେ ନିଜ ମାର୍କକୁ ନେଇ ଦ୍ୱନ୍ଦ୍ୱରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରିଚେକିଙ୍ଗ ସମୟ ମଧ୍ୟ ଘୋଷଣା କରିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ଆଜିଠୁ ରିଚେକିଙ୍ଗ ପାଇଁ ଆବେଦନ ଆରମ୍ଭ ହେବାକୁ ଥିବାବେଳେ ଏହା ଜୁନ୍ ୧୨ ତାରିଖ ଯାଏଁ ଚାଲିବ।ଏହି ସମୟ ଭିତରେ ଛାତ୍ରଛାତ୍ରୀମାନେ ରିଚେକିଙ୍ଗ ପାଇଁ ଅନଲାଇନରେ ଆବେଦନ କରିପାରିବେ।
ଏହାସହ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମଧ୍ୟ ରେଜିଷ୍ଟ୍ରେସନ୍ ସମୟ ଘୋଷଣା ହୋଇଛି। ଜୁନ୍ ୧୦ ତାରିଖରୁ ଅନଲାଇନରେ ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ କରିପାରିବେ ବୋଲି ବୋର୍ଡ ସଭାପତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।