‘‘ଆଦିବାସୀ ଭାଇ ଭଉଣୀଙ୍କୁ ହୃଦୟରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ’’

ଓଏଲ୍ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କ ମନ ଜିଣିବା ପାଇଁ ଶେଷ ପ୍ରୟାସ କରୁଛନ୍ତି ସମସ୍ତ ରାଜନୈତିକ ଦଳ। ଓଡ଼ିଶାରେ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନର ୨ଦିନ ପୂର୍ବରୁ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ଏହି କ୍ରମରେ ଆଜି ଯଶୀପୁର ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭି.କେ ପାଣ୍ଡିଆନ। ସେ ଯଶିପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧୀଙ୍କୁ କରିଛନ୍ତି।
ଯଶୀପୁରରେ ଭି.କେ ପାଣ୍ଡିଆନ ଜନସମାବେଶକୁ ସମ୍ବୋଧନ କରି କହିଛନ୍ତି, ଆପଣଙ୍କ ଦସ୍ତଖତକୁ ସମ୍ମାନରେ ସମାଧାନ ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଜଳସେଚନ ପାଇଁ ୩୩୫ କୋଟି ହଜାର ମଞ୍ଜୁର ହୋଇଛି। ଶୁକ୍ରୁଳିରେ ଆଡ଼ିବନ୍ଧ ପାଇଁ ୧୭୦ କୋଟି ମଞ୍ଜୁର ହୋଇଛି। କିଚକେଶ୍ବରୀ ମନ୍ଦିର ଉନ୍ନତୀକରଣ ପାଇଁ ୮ ଲକ୍ଷ ୪୦ ହଜାର।
ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇ ଭଉଣୀଙ୍କୁ ହୃଦୟରେ ରଖିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ୫୦ ହଜାର ମାମଲା ରଦ୍ଦ କରିଛନ୍ତି। ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇଁ ଲାଭ ଯୋଜନା କରାଯାଇଛି। ଆପଣଙ୍କ ଆଶୀର୍ବାଦରେ ପୁଣି ଶପଥ ନେବେ ମୁଖ୍ୟମନ୍ତ୍ରୀ। ଜୁନ୍ ୯ରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ୩ଟି ଦସ୍ତଖତ କରିବେ। ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ପ୍ରଥମ ଦସ୍ତଖତ କରିବେ ଆଉ ବିଜୁଳି ବିଲ୍ ଛାଡ କରିବେ। ଏହାପରେ ଦ୍ୱିତୀୟ ଦସ୍ତଖତ କରିବେ ଏବଂ ସମସ୍ତେ ବିଏସକେୱାଇ କାର୍ଡ ପାଇବେ। ସେହିପରି ତୃତୀୟ ଦସ୍ତଖତ କରିବା ସହିତ ୬୦ ବର୍ଷ ପରେ ମିଶନ ଶକ୍ତି ମାଆମାନଙ୍କ ପାଇଁ ଭତ୍ତାର ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିବେ ବୋଲି ଭି.କେ ପାଣ୍ଡିଆନ କହିଛନ୍ତି।