Odisha Link
Bridging the Missing Links in Odisha

ରଥଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ନୀତିକାନ୍ତି ସୁପରିଚାଳନା ନେଇ ଆଲୋଚନା ଜାରି

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ନୀତିକାନ୍ତି ଓ ସେବାୟତଙ୍କ କାର୍ଯ୍ୟ ସମ୍ପାଦନ ଉପରେ ଆଲୋଚନା ରହିଥିବାବେଳେ ମୁଖ୍ୟ ପ୍ରଶାସକ, ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକ ଉପସ୍ଥିତ ରହିଛନ୍ତି।

ସ୍ନାନଯାତ୍ରା ଓ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସୁପରିଚାଳନା କରିବା ପାଇଁ ସୋମବାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ସୁରକ୍ଷା ପ୍ରଶାସକ, ଜିଲାପାଳ ଏବଂ ଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ।