Odisha Link
Bridging the Missing Links in Odisha

ପୁରୀରୁ କୋଣାର୍କକୁ ଗଡ଼ିବ ଟ୍ରେନ, ନିର୍ଣ୍ଣୟ ହେଲା ମାର୍ଗ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ନୂଆ ସରକାର ନୂଆ ଯୋଜନା। ଅନେକ ଗୁଡ଼ିଏ ନୂଆ ଯୋଜନା ମଧ୍ୟରେ ରେଳ ଯୋଗାଯୋଗକୁ ନେଇ ସମସ୍ତଙ୍କ ମନରେ ଆଶା ଓ ଆକାଂକ୍ଷା ରହିଛି। ବିଭିନ୍ନ ସ୍ଥାନରେ ରେଳ ଯୋଗାଯୋଗ ଆରମ୍ଭ ହେବାକୁ ନେଇ ଲୋକଙ୍କ ମନରେ ଆଶଙ୍କା ରହିଥିବାବେଳେ ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ରେଳପଥ ଯୋଜନା ଆରମ୍ଭ ନେଇ ନିଷ୍ପତି ହୋଇଛି। ୩୨ କିଲୋମିଟର ରେଳପଥ ମାର୍ଗ ନିର୍ଣ୍ଣୟ ହୋଇଛି। ତେବେ ପୁରୀରୁ କୋଣାର୍କକୁ ଚଳାଚଳ ନେଇ ନିଷ୍ପତି ହୋଇଥିବା ଜଣା ପଡିଛି। ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ରହିଛି।