Odisha Link
Bridging the Missing Links in Odisha

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆହୁରି ୩ ଦିନ ବର୍ଷିବ

ଓଏଲ୍‌ ବ୍ୟୁରୋ: ତାତି ଓ ଅସହ୍ୟ ଗୁଳୁଗୁଳିରୁ ମିଳିଛି ଆଶ୍ବସ୍ତି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି, ରାଜ୍ୟର ଅଧିକାଂଶ ସ୍ଥାନରେ ଆଗାମୀ ୩ ଦିନ ଯାଏଁ ଲାଗି ରହିବ ବର୍ଷା। ଗତକାଲି ୮ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। କୋରାପୁଟରେ ସର୍ବାଧିକ ୧୫୨ମିମି ବର୍ଷା ରେକର୍ଡ ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ସୂଚନା ଦିଆଯାଇଛି।।