Odisha Link
Bridging the Missing Links in Odisha

ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ବସ୍ତି, ମିଳିଲା ଅନ୍ତରୀଣ ଜାମିନ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନ ମିଳିଛି। ମଦ ଦୁର୍ନୀତି ମାମଲାରେ ଔପଚାରିକ ଭାବେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ କରିଥିଲା। ସୁପ୍ରିମକୋର୍ଟରେ ଜାମିନ ଆବେଦନର ଶୁଣାଣି ପୂର୍ବରୁ ଗିରଫ ହୋଇଥିଲେ। ବର୍ତ୍ତମାନ ଇଡି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହା ସହ ବଡ଼ ବେଞ୍ଚକୁ ଏହି ମାମଲା ହସ୍ତାନ୍ତର କରାଯାଇଛି। ୩ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରିବେ। ଅରବିନ୍ଦ କେଜ୍ରିୱାଲଙ୍କ ଶୁଣାଣି ପାଇଁ ୩ ବିଚାରପତି ନିଯୁକ୍ତ କରିବେ ପ୍ରଧାନ ବିଚାରପତି।