Odisha Link
Bridging the Missing Links in Odisha

ଜନତାଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, କହିଲେ-ଆହୁରି ତ୍ୱରାନ୍ୱିତ ହେବ ସମାଧାନ ପ୍ରକ୍ରିୟା

ଓଏଲ୍‌ ବ୍ୟୁରୋ: ବଦଳିଛି ରାଜ୍ୟ ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନଭାର ନେଇଛି ବିଜେପି ସରକାର। ଲୋକଙ୍କ ବିଭିନ୍ନ ଅସୁବିଧା ମୁଦ୍ଦା କରି ରାଜ୍ୟରେ ବାଜି ମାରି ନେଇଥିବାବେଳେ ସେ ସବୁ ମୁଦ୍ଦାକୁ ପୂରଣ କରିବା ପାଇଁ ତତ୍ପରତା ଦେଖାଉଛନ୍ତି। ଏହି କ୍ରମରେ ଜୁଲାଇ ପହିଲାରୁ ଆରମ୍ଭ ହୋଇଛି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର। ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିଥିଲେ ମୋହନ ଚରଣ ମାଝୀ। ଆଜି ମଧ୍ୟ ଗୁହାରି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଲୋକ ଆସିଥିଲେ। କେତେକ ଦିବ୍ୟାଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବାକୁ ଆସିଥିଲେ।

ତେବେ ଅଭିଯୋଗ ଶୁଣାଣି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ମୋଟ୍ ୧୭୦୦ ଅଭିଯୋଗ ପଞ୍ଜୀକୃତ ହୋଇଛି। ଏଯାବତ୍ ୧୦୦୦ ଅଭିଯୋଗର ଶୁଣାଣି ଶେଷ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ବିଭାଗୀୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଆର୍‌ଡିସି ସ୍ତରରେ ଅଭିଯୋଗର ସମାଧାନ ପାଇଁ ଯୋଜନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.