ଦରଦାମ ନିୟନ୍ତ୍ରଣ ପାଇଁ ପ୍ରୟାସ; ଖୁବଶୀଘ୍ର ଖୋଲିବ ପରିବା ମଣ୍ଡି

ଓଏଲ୍ ବ୍ୟୁରୋ: ଦିନକୁ ଦିନ ବଢି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର। ଆକାଶଛୁଆଁ ହୋଇଛି ପନିପରିବା ରେଟ୍। ଏବେ କିଣିବାକୁ ଡରିଲେଣି ଖାଉଟି। ଆଳୁ କେଜି ୩୫କୁ ପିଆଜ କେଜି ୪୦ ଟଙ୍କା। ଅଧିକାଂଶ କଞ୍ଚା ପରିବା ୮୦ ଟଙ୍କା ଉପରେ, ଏଭଳି ସ୍ଥିତିରେ କଣ ଖାଇବେ କଣ ଖାଇବେନି ଚିନ୍ତାରେ ସାଧାରଣ ଲୋକ। ଦର ନିୟନ୍ତ୍ରଣ କରିବାକୁ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଲୋକେ କହିଥିବା ବେଳେଦ ଦରଦାମ ନିୟନ୍ତ୍ରଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଟକ, ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ଖୋଲିବ ପରିବା ମଣ୍ଡି। କୃଷକ ମଣ୍ଡିକୁ ଉତ୍ପାଦିତ ସାମଗ୍ରୀ ଆଣିବେ, ସେଇଠୁ ବିକ୍ରି ହେବ। ମଣ୍ଡି ହେଲେ ମିଡିଲ୍ ମ୍ୟାନଙ୍କ ପ୍ରାଦୁର୍ଭାବ କମିବ, ଦର ନିୟନ୍ତ୍ରଣରେ ରହିବ। ଏନେଇ ଶୀଘ୍ର କୃଷି, ସମବାୟ ଓ ଖାଉଟି ବିଭାଗର ସମନ୍ୱୟ ବୈଠକ ବସିବ। ୧୩୭ରୁ ୨୦୦ ଲକ୍ଷ ଟନ୍ ଉତ୍ପାଦନ ନେଇ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ। ଅଧିକ ଆଳୁ, ପିଆଜ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।