ପୁଣି ରଥରେ ଅଣସେବାୟତ ଅଭିଯୋଗ, ରଥରୁ ଓହ୍ଲାଇ ଆଣିଲେ ଅରବିନ୍ଦ ପାଢ଼ୀ

ଓଏଲ୍ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ରଥଦାଣ୍ଡ। ଅପେକ୍ଷା କରିଛି ଶ୍ରୀମନ୍ଦିର। ଜନ୍ମବେଦୀରେ ଲୀଳାଖେଳା ସରିଛି। ନିର୍ଧାରିତ ସମୟ ପୂର୍ବରୁ ପହଣ୍ଡି କରାଯାଇଛି। ଶୂନ୍ୟ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ ହେଲେ ଶ୍ରୀସୁଦର୍ଶନ। ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି କରାଯାଇଛି। ଶେଷରେ ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିଛନ୍ତି। ଘଣ୍ଟ ଘଣ୍ଟା ବାଦ୍ୟରେ କମ୍ପୁଛି ସମଗ୍ର ପରିବେଶ। ଆଧ୍ୟାତ୍ମିକ ପରିବେଶରେ ଜନସମୁଦ୍ର ସୃଷ୍ଟି ହୋଇଛି।
ଏସବୁ ଭିତରେ ପୁଣି ରଥରେ ଚଢିଲେ ଅଣସେବାୟତ। ଦେବୀ ସୁଭଦ୍ରାଙ୍କ ରଥରେ ଦୁଇ ଅଣ ସେବାୟତ ଚଢିଲେ। ସେବାୟତ ବେଶରେ ଦୁଇ ଜଣ ବ୍ୟକ୍ତି ଚଢିଥିବା ଅଭିଯୋଗ ହୋଇଛି। ପହଣ୍ଡି ପୂର୍ବରୁ ଦୁହେଁ ରଥରେ ଚଢିଥିଲେ। ମାତ୍ର ଦୁହିଁଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥରୁ ଓହ୍ଲାଇ ଦେଇଛନ୍ତି। ଅରବିନ୍ଦ ପାଢୀ ଅଣସେବାୟତଙ୍କ ହାତ ଧରି ରଥରୁ ଟାଣି ନେଇଛନ୍ତି।