Odisha Link
Bridging the Missing Links in Odisha

ସମୁଦ୍ରରେ ବୁଡ଼ିଲା ତେଲ ଟ୍ୟାଙ୍କର, ମିଳୁନି ୧୩ ଭାରତୀୟଙ୍କ ପତ୍ତା

ଓଏଲ୍‌ ବ୍ୟୁରୋ: ମଝି ସମୁଦ୍ରରେ ବୁଡ଼ିଲା ଜାହାଜ। ୧୩ ଜଣ ଭାରତୀୟଙ୍କ ସମେତ ୧୬ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଓମାନ ଉପକୂଳରେ ବୁଡ଼ିଯାଇଥିବା ସୂଚନା ମିଳିଛି। ଓମାନର ସାମୁଦ୍ରିକ ସୁରକ୍ଷା ବାହିନୀ ଏନେଇ ସୂଚନା ଦେଇଛି। ଜାହାଜରେ ଥିବା ୧୬ଜଣ କ୍ରୁ ମେମ୍ୱର ନିଖୋଜ ଅଛନ୍ତି। ସେମାନଙ୍କର କୌଣସି ସୂଚନା ମିଳୁନାହିଁ। ଓମାନ ସମୁଦ୍ରରେ ତେଲ ଟ୍ୟାଙ୍କର ବୁଡ଼ି ୧୬ ନିଖୋଜଙ୍କ ମଧ୍ୟରେ ୧୩ ଭାରତୀୟଥିବାବେଳେ ୩ ଶ୍ରୀଲଙ୍କା ନାଗରିକ ରହିଛନ୍ତି। ନିଖୋଜଙ୍କୁ ଖୋଜିବାକୁ ଜାହାଜ ଓ ଏୟାରକ୍ରାଫ୍ଟ ପଠାଇଲା ଭାରତ। ଓମାନ ଜାହଜ ସହ ସର୍ଚ୍ଚ ଅପରେସନରେ INS ତେଜ ସାମିଲ। ୪୮ ଘଣ୍ଟା ହେଲାଣି ୧୬ ନିଖୋଜ କ୍ରିଉଙ୍କ ପତ୍ତା ମିଳିନାହିଁ। ଗଲ୍ଫ ଦେଶ ଓମାନରୁ ଟ୍ୟାଙ୍କର ୟେମେନ ବନ୍ଦରକୁ ଯାଉଥିଲା।