Odisha Link
Bridging the Missing Links in Odisha

ନେପାଳରେ ଜଳିଗଲା ବିମାନ, ଚାଲିଗଲା ୧୮ ଜୀବନ

ଓଏଲ୍ ବ୍ୟୁରୋ: ନେପାଳ ରାଜଧାନୀ କାଠମଣ୍ଡୁରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଟେକ୍‌ଅପ ବେଳେ ବିମାନବନ୍ଦରରେ ବିମାନ ଜଳି ଯାଇଛି। ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି। କ୍ରାସ ହୋଇଥିବା ବିମାନରେ ଥିଲେ ପାଇଲଟ ଦଳ ସମେତ ୧୯ ଜଣ। ବିମାନରେ ୧୯ ଜଣଥିବାବେଳେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।