Odisha Link
Bridging the Missing Links in Odisha

ଓଡ଼ିଶା ବିଧାନସଭା: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଉପବାଚସ୍ପତି ଭବାନୀ ଭୋଇ

ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭାର ନୂତନ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ। ସର୍ବସମ୍ମତି କ୍ରମେ ତାଙ୍କୁ ଓଡ଼ିଶା ବିଧାନସଭାର ନୂତନ ଉପବାଚସ୍ପତି ଭାବେ ଦାୟିତ୍ୱ ମିଳିଛି। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଏନେଇ ବାଚସ୍ପତି ସୁରମା ପାଢ଼ୀ ଗୃହରେ ଘୋଷଣା କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବାଚସ୍ପତି ସୁରମା ପାଢ଼ୀ ନୂତନ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ଭବାନୀ ଶଙ୍କର ଭୋଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।