ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଡେପୁଟି କଲେକ୍ଟର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୀଳଗିରିର ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପରୀକ୍ଷିତଙ୍କ ମୟୂରଭଞ୍ଜର ଥିବା ପୈତୃକ ଘର, ନୀଳଗିରି ସ୍ଥିତ ବାଲିଗୋହିରିରେ ଥିବା ଭଡ଼ା ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ଭିଜିଲାନ୍ସର ୧୨ଟି ଟିମ୍ ସାମିଲ ହୋଇଛନ୍ତି। ଓଡ଼ିଶା ଭିଜିଲାନ୍ସ ବିଭାଗର ୬ଜଣିଆ ଟିମ୍, ୨ଜଣ ଆଡିସନାଲ ଏସପି, ୪ଡିଏସପି, ୬ ଜଣ ଇନସ୍ପେକ୍ଟର, ୭ ଏଏସଆଇଙ୍କ ସମେତ ଅନ୍ୟ ସହଯୋଗୀ ଅଧିକାରୀ ଏହି ଚଢ଼ାଉରେ ସମ୍ପୃକ୍ତି ହୋଇଛନ୍ତି ।