Odisha Link
Bridging the Missing Links in Odisha

ଯାତ୍ରାରୁ ବାଦ୍ ପଡ଼ିବ ଅଶ୍ଳୀଳ ନୃତ୍ୟ, ନିୟମ ଆଣିବେ ସରକାର

ଓଏଲ୍‌ ବ୍ୟୁରୋ: ନୃତ୍ୟ କରି ସୋସିଆଲ୍ ମିଡିଆରେ ପ୍ରସିଦ୍ଧ ହେବାକୁ, କିଛି ଲୋକ ସବୁ ପ୍ରକାର କାର୍ଯ୍ୟ କରିଥାନ୍ତି। ଏହି ପ୍ରୟାସରେ, ସେମାନେ ମଧ୍ୟ କିଛି ଲଜ୍ଜାଜନକ ଏବଂ ଅଶ୍ଳୀଳ ନୃତ୍ୟ କରିବା ଆରମ୍ଭ କରୁଛନ୍ତି। ଯାତ୍ରାରେ ମଧ୍ୟ ଅଶ୍ଳୀଳ ନୃତ୍ୟ ଦେଖିବାକୁ ମିଳୁଛି। ଯାହାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି।

ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯାତ୍ରାରେ ଆଉ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ। ଖୁବ୍‌ଶୀଘ୍ର ନିୟମ ଆସିବ। ଖୁବ୍‌ଶୀଘ୍ର ଯାତ୍ରା ମାଲିକଙ୍କ ସହ ଆଲୋଚନା କରି ନିୟମ ଆସିବ। ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି। ଯାତ୍ରାରେ ଯେମିତି ଅଶ୍ଳୀଳତା ରହିବ ନାହିଁ, ମାଲିକମାନେ ନିଷ୍ପତ୍ତି ନିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।