Odisha Link
Bridging the Missing Links in Odisha

୩ଦିନିଆ କୃଷି ଓଡ଼ିଶା ସମାରୋହ ଉଦଘାଟିତ, ଯୋଗ ଦେଲେ ହଜାର ହଜାର ଚାଷୀ

ଓଏଲ୍‌ ବ୍ୟୁରୋ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ତିନି ଦିନିଆ କୃଷି ଓଡ଼ିଶା-୨୦୨୫ର ସମାରୋହ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ୩ ଦିନ ଧରି ଆୟୋଜିତ ହେଉଛି। ସାରା ରାଜ୍ୟରୁ ହଜାର ହଜାର ଚାଷୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ମେଳାରେ କୃଷି ଉପକରଣ, ଉନ୍ନତ ପ୍ରଣାଳୀର ଚାଷ ପଦ୍ଧତି, ଉନ୍ନତ କିଷମର ବିହନ ଓ ବିଭିନ୍ନ ପ୍ରକାରର କୃଷି ସମ୍ବନ୍ଧୀୟ ଜ୍ଞାନକୌଶଳ ପ୍ରଦର୍ଶିତ କରାଯାଉଛି। ଯାହା ଚାଷୀ ଆୟ ବୃଦ୍ଧିରେ ସହାୟକ ହେବ।

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ୩ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ବରମୁଣ୍ଡା, ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ଏହି କାର୍ଯ୍ୟକ୍ରମର ଆୟୋଜନ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଏହାର ଉଦଘାଟନ କରିଥିବାବେଳେ ଓ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ରହିଛନ୍ତି। କୃଷି ଓଡ଼ିଶା-୨୦୨୫ ର ବିଷୟବସ୍ତୁ ରହିଛି ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ।

ପ୍ରଥମ ଦିନରେ ବିଷୟବସ୍ତୁ ରହିବ ଜଳବାୟୁ ଉପଯୋଗୀ ଖାଦ୍ୟ ପଦ୍ଧତି ଓ ଜଳବାୟୁ ତ୍ୱରିତ ଉଦ୍ୟାନକୃଷି। ଦ୍ୱିତୀୟ ଦିବସ ମୃତ୍ତିକା ସ୍ୱାସ୍ଥ୍ୟ, ପ୍ରାକୃତିକ କୃଷି ଓ ଏହାର ମୂଲ୍ୟଶୃଙ୍ଖଳା ଏବଂ ତୃତୀୟ ଦିବସର ବିଷୟ ହେଉଛି ପାଣି ପଞ୍ଚାୟତ ପକ୍ଷ ପାଳନ ସହିତ ଧାରାବାହିକ ଜଳ ଶାସନ ନୀତି। ଏହି ୩ ଦିନର କାର୍ଯ୍ୟକ୍ରମ ରାଜ୍ୟର ଯୁବବର୍ଗଙ୍କୁ କୃଷି, ଉଦ୍ୟାନକୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଓ ପ୍ରାଣୀ ପାଳନ କ୍ଷେତ୍ରରେ ନିଜର କ୍ୟାରିଅର ଗଢ଼ିବାକୁ ପ୍ରୋତ୍ସାହିତ କରିବ।

Leave A Reply

Your email address will not be published.