Odisha Link
Bridging the Missing Links in Odisha

‘ଓଡ଼ିଶା ଯାତ୍ରୀ’ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ସୁଗମ ହେବ ପରିବହନ ବ୍ୟବସ୍ଥା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ। ଚାଲିଛି ସଚେତନତା ଶୋଭାଯାତ୍ରା ଓ ବୁଲୁଛି ରଥ। ଜାତୀୟ ସଡ଼କ ସୁରକ୍ଷା ଅଭିଯାନ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସଚେତନ ନାଗରିକ ଭାବେ ସମସ୍ତଙ୍କ ସୁରକ୍ଷା ପାଇଁ ଟ୍ରାଫିକ ନିୟମ ମାନିଚଳିବା ପାଇଁ ଶପଥ ପାଠ କରାଇଛନ୍ତି। ରାଜ୍ୟରେ ପରିବହନ ବ୍ୟବସ୍ଥା ଆହୁରି ସୁଗମ କରିବାକୁ ‘ଯାତ୍ରୀ ଆପ’ ର ଶୁଭ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।