Odisha Link
Bridging the Missing Links in Odisha

ବିଶ୍ୱ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଓଡ଼ିଶାରେ ତିଆରି ହେବ କ୍ୟାନ୍‌ସର ରେଜିଷ୍ଟ୍ରି

ଓଏଲ୍‌ ବ୍ୟୁରୋ: କର୍କଟ ରୋଗ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା, ନିରାକରଣ ଏହା ସାଙ୍ଗକୁ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ଏହି ଦିନଟିକୁ ପାଳନ କରାଯାଏ। ସଚେତନତା ସୃଷ୍ଟି କରିବା ଏବଂ ଏହାର ପ୍ରତିରୋଧ, ଚିହ୍ନଟ ଏବଂ ଚିକିତ୍ସା ପାଇଁ ଉତ୍ସାହିତ କରିବା ପାଇଁ ପାଳନ କରାଯାଏ ଏହି ଦିନ। ଚଳିତ ବର୍ଷ ବିଶ୍ୱ କର୍କଟ ଦିବସର ପ୍ରସଙ୍ଗ ରହିଛି “ୟୁନାଇଟେଡ୍‌ ବାଇ ୟୁନିକ୍‌’ ଅର୍ଥାତ୍‌ ମିଳିତ ଭାବେ କର୍କଟକୁ ପରାସ୍ତ କରିହେବ।

ବିଶ୍ୱ କର୍କଟ ଦିବସରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ଓଡ଼ିଶାରେ ତିଆରି ହେବ କ୍ୟାନ୍‌ସର ରେଜିଷ୍ଟ୍ରି। ସାରା ରାଜ୍ୟର ତଥ୍ୟକୁ ନେଇ ଦୁଇ ପ୍ରକାର ରେଜିଷ୍ଟ୍ରି ରହିବ। ହସ୍ପିଟାଲ୍‌ ଆଧାରିତ ଓ ଜନସଂଖ୍ୟା ଆଧାରିତ ରେଜିଷ୍ଟ୍ରି ରହିବ। ପ୍ରକାର ଭେଦ, କେଉଁ ଅଞ୍ଚଳରେ କେଉଁ କ୍ୟାନ୍‌ସର ରେଜିଷ୍ଟ୍ରିରୁ ଜଣାପଡ଼ିବ। ତଥ୍ୟ ଆଧାରରେ ସରକାର ଜନସ୍ବାସ୍ଥ୍ୟ ପାଇଁ ପଦକ୍ଷେପ ନେବେ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି।