Odisha Link
Bridging the Missing Links in Odisha

ଦେଶରେ ଭୟ ବଢ଼ାଇଲା ନୂଆ ଭାଇରସ୍‌, ବଡ଼ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ..

ଓଏଲ୍‌ ବ୍ୟୁରୋ: କୋଭିଡ ମହାମାରୀ ପରେ ଚୀନରେ ଆତଙ୍କ ଖେଳାଉଥିବା ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ (HMPV)କୁ ନେଇ ସାରା ବିଶ୍ବରେ ଛନକା ପସିଥିବାବେଳେ ଆଉ ଏକ ନୂଆ ଭାଇରସକୁ ନେଇ ଦେଶରେ ବଢିଲା ଚିନ୍ତା। ବିଭିନ୍ନ ରାଜ୍ୟରେ ବ୍ୟାପୁଥିବା ମାରାତ୍ମକ ଗୁଲେନବାରି ସିଣ୍ଡ୍ରମ ନେଇ ଦେଶବାସୀଙ୍କ ଭୟ ବଢିଛି। ତେବେ ରାଜ୍ୟରେ କୌଣସି ଗୋଟିଏ ବି ରୋଗୀ ଚି଼ହ୍ନଟ ହୋଇନଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ବିଭିନ୍ନ ରାଜ୍ୟରେ ବ୍ୟାପୁଛି ମାରାତ୍ମକ ଗୁଲେନବାରି ସିଣ୍ଡ୍ରମ। ଗୁଲେନବାରି ସିଣ୍ଡ୍ରମ ଏକ ଜଳବାହିତ ରୋଗ। ଏଥିରେ ରୋଗୀ ଦୁର୍ବଳ ହେବା ସହ ପାରାଲିସିସ୍‌ର ଲକ୍ଷଣ ଦେଖା ଦେଉଛି। ମହାରାଷ୍ଟ୍ର, ଗୁଜୁରାଟ ପରେ ପଶ୍ଚିମବଙ୍ଗରେ ଏହି ମାମଲା ନଜରକୁ ଆସିଲାଣି। ଓଡିଶାରେ ଏଭଳି କୌଣସି ଗୋଟିଏ ବି ରୋଗୀ ଚି଼ହ୍ନଟ ହୋଇନାହାନ୍ତି। କେନ୍ଦ୍ରରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ଆସିନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।