Odisha Link
Bridging the Missing Links in Odisha

ମହାକୁମ୍ଭରେ ବୁଡ଼ ପକାଇବେ ମହାମହିମ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଏଲ୍‌ ବ୍ୟୁରୋ: ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼। ଯିବା ପାଇଁ ସବୁ ରାସ୍ତାରେ ଭାରି ଜାମ। ୨୦୦-୩୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡି। ବିଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ପ୍ରବଳ ଗହଳି। ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡ଼ି। ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବନ୍ଦ କରିଦିଆଯାଇଛି।

ଅନ୍ୟପଟେ, ମହାକୁମ୍ଭ ମେଳାରେ ବୁଡ଼ ପକାଇବେ ରାଷ୍ଟ୍ରପତି। ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ଆଜି ପ୍ରୟାଗରାଜ ଗସ୍ତ କରିବେ। କୁମ୍ଭମେଳାରେ ପୂଜା କରିବା ସହ ସଙ୍ଗମ ସ୍ଥଳରେ ବୁଡ଼ ପକାଇବେ ରାଷ୍ଟ୍ରପତି। ସେ ମେଳାରେ ପ୍ରାୟ ୮ ଘଣ୍ଟା ବିତାଇବେ। ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶ ମୁ୍ଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିବେ